ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ -୨୦୨୪” ଅନୁଷ୍ଠିତ।

0
Spread the love

ପୁରୀ(ରବୀନ୍ଦ୍ର କୁମାର):-ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ପୁରୀ ଙ୍କ ତତ୍ତ୍ୱାବଧାନରେ ୮ଟି ଶିଶୁ ଯତ୍ନ ଅନୁଷ୍ଠାନ ର ୨୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଶ୍ୱମ୍ଭର ବିଦ୍ୟାପୀଠ, ପୁରୀର ଅଡିଟୋରିଅମ ପ୍ରକୋଷ୍ଠରେ ମହକ ୨୦୨୪ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀମାନେ ବକ୍ତୃତା, ଦଳଗତ ନୃତ୍ୟ, ସଂଗୀତ, କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟକ ବିଭାଗରେ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ ପାଢୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ଡାଃ ଅଜିତ କୁମାର ମହାପାତ୍ର ଓ ସଦସ୍ୟ ଉପେନ୍ଦ୍ର ବିଶ୍ଵାଳ, ପ୍ରୋଟେକ୍ସନ ଅଫିସର ସୁହାଗୀ ହେମ୍ବ୍ରମ, କିଶୋର ନ୍ୟାୟ ବୋର୍ଡ ସଦସ୍ୟ ମହାବୀର ରୁଦ୍ରନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କ ପ୍ରତିଭା ଅନ୍ୱେଷଣରେ ଶିଶୁ ଯତ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ଏହି କାର୍ଯ୍ୟକୁ ସଫଳତା ଓ ଦକ୍ଷତା ର ସହ ପାଳନ କରିବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବରେ ସଞ୍ଚିତା ମିଶ୍ର, ରୋଜାଲିନ ସାମନ୍ତରାୟ, ସାୟନ କୁମାର ଜେନା, ପ୍ରତାପ କୁମାର ସାହୁ, କୁମାର ଭୀମସେନ, ରୋଜାଲିନ ପଣ୍ଡା, ସୁକାନ୍ତ ପଣ୍ଡା, ଶିବ ସୁନ୍ଦର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ସ୍ଥାନୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ତାଳବଣିଆଠାରେ ଚନ୍ଦନ କୁମାର ସାହୁ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଉତ୍ସାହ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ କ୍ରୀଡ଼ା ପ୍ରତିଯୋଗୀତା ଗତ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା l ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ l ମନୋଜ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲଡ ହେଲ୍ପଲାଇନ ଓ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *