ବିଭିନ୍ନ ସାମାଜିକ ଗଣ ସଂଗଠନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

0
Spread the love

ବ୍ରହ୍ମପୁର:-ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଭିନ୍ନ ସାମାଜିକ ଓ ଗଣ ସଂଗଠନ ମାନଙ୍କ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ନଗର ଛକ ସ୍ଥିତ ମହାମାନ୍ୟ ମହାତ୍ମା ଗାନ୍ଧୀ ଙ୍କ 155 ତମ ପୁଣ୍ୟ ଜୟନ୍ତୀ ରେ ତାଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ମହାନ ଦେଶଭକ୍ତ, ସ୍ୱାଧୀନତା ସଂଗ୍ରାମ ର ମହାନାୟକ, ସତ୍ୟ ଓ ଅହିଂସା ର ପୂଜାରୀ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲେ ଯାହାକି ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧିଜୀ ଙ୍କ ସ୍ବପ୍ନ କୁ ସାକାର କରିବାକୁ ହେଲେ ଦେଶର ସର୍ବୋଚ୍ଚ ଗ୍ରନ୍ଥ ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେ କ୍ଷତା ର ସୁରକ୍ଷା ସମସ୍ତ ଭାରତୀୟ ଙ୍କ ପ୍ରଥମ କର୍ତ୍ୟବ୍ୟ I ଏଥିରେ ଦକ୍ଷିଣ ଓଡିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟି ର ଆବାହକ ତଥା ବରିଷ୍ଠ ଆଇନଜୀବୀ ସରୋଜ ରଂଜନ ପଟ୍ଟନାୟକ, ମହାନ ସଂଘ ର ସୁଶାନ୍ତ ସାବତ, ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ଅବନୀ ଗୟା, ଗଗନ ମଲ୍ଲିକ, ସୁରେନ୍ଦ୍ର ନାଥ ପଣ୍ଡା, ପୂଜ୍ୟ ପୂଜା ସମିତି ର ଏସ. ସାମ୍ବଶିବା ରାଓ, ପ୍ରଗତିଶୀଳ ଉତ୍କଳ ସମାଜ ର ଡି. କେଶବ ରାଓ, ଅଶୋକ ଦଳାଇ, ସୂର୍ଯ୍ୟ ନାରାୟଣ ବେହେରା ଓ ଲୋକନାଥ ପରିଡା, ଫୋରମ ଫୋର ଗଞ୍ଜାମ ର ଇ. ଟି. ରାଓ, ଓଡିଶା ଡେଭେଲପମେଣ୍ଟ ଫୋରମ ର ପ୍ରିତିଶ ପାଣିଗ୍ରାହୀ, ସମାଜସେବୀ ଆଦିତ୍ୟ ରଥ, ଶିବ ସୁନ୍ଦର ରଥ, ନୀଳମାଧବ ସାହୁ, କାଁହୁ ଚରଣ ପାତ୍ର, ଅମୁଲ୍ୟ ପଣ୍ଡା, ବିଜୟ ଚନ୍ଦ୍ର ବିଷୋୟୀ, ସତ୍ୟ ନାରାୟଣ ରାଓ, ବିରେନ ବେହେରା ପ୍ରମୁଖ ସ୍ମୃତିଚାରଣ ସଭା ରେ ଅଂଶ ଗ୍ରହଣ କରିଥିଲେ I

Leave a Reply

Your email address will not be published. Required fields are marked *