ବିନୁ ମଙ୍କଡ୍ ଟ୍ରଫି : ଓଡ଼ିଶା ଟିମ୍ରେ ଆଲ୍ଫା ସୋଟିଂ କ୍ଲବ୍ର ଅଭିନିତ୍।
ବ୍ରହ୍ମପୁର:-ବିସିସିଆଇ ପରିଚାଳିତ ବିନୁ ମଙ୍କଡ୍ ଟ୍ରଫି ୨୦୨୪-୨୫ ପାଇଁ ଓଡ଼ିଶା ଟିମ୍ ଖେଳାଳିଙ୍କ ନାମ ଘୋଷଣା ହୋଇଛି । ୧୯ବର୍ଷରୁ କମ୍ ବର୍ଗ ଓଡ଼ିଶା ଟିମ୍ରେ ବ୍ରହ୍ମପୁର ଆଲ୍ଫା ସ୍ପୋଟିଂ କ୍ଲବ୍ର ଅଭିନିତ୍ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ସେ ଆଲ୍ଫା ସ୍ପୋଟିଂ କ୍ଲବ୍ରେ ଅଭ୍ୟାସ ଜାରି ରଖିଥିବା ବେଳେ ଜଲେ ଅଲ୍ ରାଉଣ୍ଡର କ୍ରିକେଟର ଭାବେ ପରିଚିତ । ପୂର୍ବରୁ ସେ ୧୬ବର୍ଷରୁ କମ୍ ବୟସ ବର୍ଗରେ କୁବିହାର ଟ୍ରଫି ଖେଳି ବେଶ୍ ଚର୍ଚ୍ଚାକୁ ଆସିଥିଲେ ଏବଂ ସେ ବମ୍ବେ ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀରେ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଥିଲେ। ମେୟର ସଂଘମିତ୍ରା ଦଳେଇ, କ୍ଲବ୍ ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସମ୍ପାଦକ ବିଜୟ ଭାସ୍କର ସିଂହ ସାମନ୍ତ, ସହସମ୍ପାଦକ ଆର୍.ମୁରଲି ମୋହନ, ଜିଲ୍ଲା କ୍ରିଡ଼ା ସଂସଦ ପୂର୍ବତନ ସମ୍ପାଦକ ଅଶୋକ କୁମାର ସାହୁ, ଦିନେଶ ରାଉତ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଅଭିନିତ ରାଜସ୍ଥାନ ଜୟପୁରରେ ଆୟୋଜିତ ଟ୍ରଫି ଖେଳିବାକୁ ଯାତ୍ରା ଆରମ୍ଭ କରିଛନ୍ତି। ଫେବ୍ରୁଆରୀ ମାସରେ ହେବାକୁ ଥିବା ସର୍ବଭାରତୀୟ ବିଜୁ
ପଟ୍ଟନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ କ୍ଲବ୍ ପକ୍ଷରୁ ୧୦ହଜାର ଟଙ୍କା ଆର୍ଥିକ ପୁରଷ୍କାର ଦେଇ ସମ୍ମାନିତ କରିବାକୁ ଘୋଷଣା ହୋଇଛି।