ବ୍ରହ୍ମପୁର ସହରରେ ଉଠା ଦୋକାନୀ ଏବଂ ଠେଲା ଦୋକାନୀ ଦ୍ୱାରା ଉପୁଜୁଥିବା ସମସ୍ୟା ର ସମାଧାନ ନେଇ ବ୍ରହ୍ମପୁର ଏସପି ଙ୍କ ଦୃଷ୍ଟି ଆକର୍ଷଣ କଲା କାହ୍ନ ଚାରିଟେବୁଲ ଟ୍ରଷ୍ଟ।

0
Spread the love

ବ୍ରହ୍ମପୁର(କପିଳ ପାଢ଼ୀ)- ବ୍ରହ୍ମପୁର ସହରର ପ୍ରମୁଖ ରାସ୍ତା ବର୍ତ୍ତମାନ ଠେଲା ଓ ଉଠା ଦୋକାନୀ ଙ୍କ କବ୍ଜା ରେ।ବଡ଼ବଜାର, ସାନ ବଜାର, ଗିରି ମାର୍କେଟ, ସିଟି ହସ୍ପିଟାଲ ରାସ୍ତା, ଗେଟ ବଜାର, କଂମାପଲ୍ଲୀ, କୋର୍ଟପେଟା, ଇଞ୍ଜିନିୟର ସ୍କୁଲ ରାସ୍ତା ସମେତ ବ୍ରହ୍ମପୁର ସହର ର ବହୁ ପ୍ରମୁଖ ରାସ୍ତା ରେ ଠେଲା ଦୋକାନୀ ମାନେ ରାସ୍ତା ଅବରୋଧ କରି ଟ୍ରାଫିକ ସମସ୍ୟା କୁ ଦୁଇ ଗୁଣିତ କରୁଛନ୍ତି।ତୁରନ୍ତ ଏହାର ସମାଧାନ ପାଇଁ ଆଜିବ୍ରହ୍ମପୁର ଏସପି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କାହ୍ନା ଚାରି ଟେବୁଲ ର ପ୍ରତିଷ୍ଠାତ୍ରୀ ରଞ୍ଜନା ମିଶ୍ରଙ୍କ ନେତୃତ୍ୱରେ ସୋନମ ଦାସ,ପ୍ରୀତମ ଚାନ୍ଦ ତ୍ରିପାଠୀ, ପ୍ରଦୀପ କୁମାର ସେଠୀ, କଳ୍ପନା ନାୟକ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *