ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ ।

0
Spread the love

ଭୁବନେଶ୍ୱର:– ଜାତିର ପିତା ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ନେତା ଥିଲେ। ଯିଏ ସ୍ୱାଧୀନତା ସଂଗ୍ରାମରେ ଆମ ଭାରତୀୟମାନଙ୍କୁ ଏକତ୍ର କରି ଅହିଂସା ମାର୍ଗକୁ ନିଜ ବ୍ରତ ଭାବେ ଗ୍ରହଣ କରି ଦେଶ ପାଇଁ ସ୍ୱାଧୀନତା ହାସଲ କରିବାରେ ଏକ ପ୍ରମୁଖ ଭୂମିକା ନେଇଥିଲେ। ଗାନ୍ଧିଜୀ ସ୍ୱାଧୀନତା ପାଇଁ ଅନେକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏଥିରେ ସତ୍ୟାଗ୍ରହ ଏବଂ ଖିଲାଫତ ଆନ୍ଦୋଳନ, ଲୁଣ ସତ୍ୟାଗ୍ରହ, ଦାଣ୍ଡି ଯାତ୍ରା ଇତ୍ୟାଦି ଅନ୍ତର୍ଭୁକ୍ତ। ଦେଶର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଜୀ ଅହିଂସା ନୀତି ଗ୍ରହଣ କରିଥିଲେ। ତାଙ୍କୁ ସାରା ବିଶ୍ବ ସମ୍ମାନ ଦିଏ। ବିଭିନ୍ନ ଦେଶରେ ତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛି। ତାଙ୍କ ବଳିଦାନ ଓ ସ୍ବାଧିନତା ସଂଗ୍ରାମ ସମ୍ପର୍କରେ ଆଲୋଚନା ମଧ୍ୟ ହୁଏ। ହେଲେ ଥାଇଲାଣ୍ଡ ଦେଶରେ ବ୍ୟାଙ୍ଗକକ ସହରର ମାକସନ ଚାରୁରାଟ ଗଳିରେ ମାଲଗୁଡ଼ି ହୋଟେଲ ସମ୍ମୁଖରେ ହୋଟେଲର ଶୋଭା ବୃଦ୍ଧି ପାଇଁ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଗେଟ୍‌ ନିକଟରେ ଛିଡ଼ା କରାଇଛନ୍ତି। କେବଳ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନୁହେଁ ବିଶ୍ବ କବି ରବିନ୍ଦ୍ରନାଥ ଟାଗୁରଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ମଧ୍ୟ ରଖାଯାଇଛି। ବ୍ୟକ୍ତିଗତ ବ୍ୟବସାୟ ପାଇଁ ନିଜ ହୋଟେଲକୁ ଆକର୍ଷଣ କରିବା ପାଇଁ ମହାପୁରୁଷଙ୍କୁ ସମ୍ମାନ ନଦେଇ ଛିଡ଼ା କରିଦିଆଯାଇଛି ଉକ୍ତ ହୋଟେଲ ଗେଟ୍‌ ସମ୍ମୁଖରେ। ଜଣେ ବ୍ୟବସାୟୀ ଭାରତୀୟଙ୍କୁ ଆକର୍ଷଣ କରିବା ପାଇଁ ଏହି ମହାପୁରୁଷଙ୍କ ଦ୍ବୟଙ୍କୁ ଅପମାନ ଆମକୁ ଆଘାତ ଦେଇଛି। ସ୍ୱାଧୀନତା ସଂଗ୍ରାମ ବଳିଦାନ ଯୋଗୁଁ ସାରା ବିଶ୍ବରେ ସେମାନଙ୍କୁ ଆମେ ସମ୍ମାନ ଦେଉ। କିନ୍ତ ଦୁଖଃ ଓ ପରିତାପର ବିଷୟ ବ୍ୟବସାୟ ଆକର୍ଷଣ ପାଇଁ ସ୍ବାଧୀନତା ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତିକୁ ଏପରି ରଖାଯାଇଛି। ଏଥି ପାଇଁ କେନ୍ଦ୍ର ସରକାର / ଆପଣଙ୍କ ଥାଉଲଣ୍ଡ ସରକାର ତୁରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍‌ ସ୍ଥାନରେ ରଖିବାକୁ ଆମେ ଦାବି କରୁଛୁ। ତରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍‌ ସ୍ଥାନରେ ରଖିବାକୁ ଉଦ୍ୟମ କରିବାକୁ ମିଳିତ ମହାମଞ୍ଚର ଆବାହକ ଡ଼ ଲିଙ୍ଗରାଜ ସାହୁ ଓ ଉପଦେଷ୍ଟା ଗୌର ଚନ୍ଦ୍ର ମହାପାତ୍ର ପ୍ରମୁଖ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ମାଧ୍ୟମରେ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *