ଗଂଜାମ ଏନ.ଏ.ସି ସାଧାରଣ ବୈଠକ ୬.୬୦ କୋଟି ବଜେଟ୍ ଉପସ୍ଥାପନ,ରାସ୍ତାରେ ଗାଈ ଛାଡିଲେ ଏକ ହଜାର ଜୋରିମାନା ।
ଗଂଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଂଜାମ ଏନ୍ଏସି ର ମଧ୍ୟଖଣ୍ଡ ସାହି ଠାରେ ନୂତନ କଲ୍ୟାଣ ମଣ୍ଡପ ଠାରେ ଏନଏସିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇଥିଲେ l
ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡ଼ାଙ୍ଗୁଆ ମଞ୍ଚାସିନ ଥିଲେ l ପ୍ରାରମ୍ଭରେ
କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ଚଳିତ ବର୍ଷ 62ଟି ଉନ୍ନୟନ ପ୍ରକଳ୍ପ. ପାଇଁ ୬ କୋଟି ୬୦ ଲକ୍ଷ ଟଙ୍କାର ତାଲିକା କରାଯାଇ ରାଜ୍ୟ ସରକାରଙ୍କ
ଅନୁମୋଦନ ଲାଗି ଉପସ୍ଥାପନ କରାଯାଇଥିଲା l ଏକ ନମ୍ବର ୱାଡ଼ର
ତୁଳସୀକୁଦା ଠାକୁରାଣୀ ମନ୍ଦିର ରାସ୍ତାନିର୍ମାଣ ପାଇଁ ପାଇଁ ୧୦ ଲକ୍ଷ,
ଶିଶୁ ମନ୍ଦିର ରୋଡ ପାଇଁ ୨୦ ଲକ୍ଷ,
ଜାତୀୟ ରାଜପଥ ୧୬ ପାଶ୍ୱର୍ରେ ଘଣ୍ଟା ଘର ପାଇଁ ୨୦ ଲକ୍ଷ, ଗ୍ରାସିମ୍ ଛକ ଠାରେ ୱେଲକମ ଗେଟ ପାଇଁ ୧୦ ଲକ୍ଷ,ୱାର୍ଡ ନଂ ୬ ର ୱେଲକମ ଗେଟ୍ ସାଇ ମନ୍ଦିର ଛକ ପାଇଁ ୧୦ ଲକ୍ଷ,
ଦାମୋଦର ପୁର କଲ୍ୟାଣ ମଣ୍ଡପ ପାଇଁ ୨୦ ଲକ୍ଷ,ପୋତାଗଡ ଉନ୍ନତି କରଣ ପାଇଁ ୪୦ ଲକ୍ଷ, ପ୍ରତ୍ୟେକ ଛକରେ ସୋଲାର ଲାମ୍ପ ପାଇଁ ୨୦ ଲକ୍ଷ,ଗଞ୍ଜାମ ଏନଏସିକୁ ଜଳ ଯୋଗାଣ ନିମନ୍ତେ 28ଲକ୍ଷ,ଏନଏସିର ଚାରିମହଲା ବିଶିଷ୍ଟ ନୂତନ କାର୍ଯ୍ୟଳୟା ପାଇଁ 2.5 କୋଟି ପ୍ରମୁଖ ସମେତ ଅନ୍ୟାନ ରାସ୍ତା, ଡ୍ରେନ, ବନ୍ଦ, ମନ୍ଦିର ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଥିଲା lସେହିପରି ସହର ର ମୁଖ୍ୟ ସମସ୍ୟା ରାସ୍ତାରେଗାଈ ଗୋରୁଙ୍କ ଉପଦ୍ରବରୁ ରକ୍ଷା ପାଇଁ ଗଞ୍ଜାମ ବ୍ଳକର କାଇଞ୍ଚପୂରପଞ୍ଚାୟତର ମାଳିଜଗନ୍ନାଥପୁର ରେ ନିର୍ମିତ କାଞ୍ଜିଆହୁଦା କୁ ସ୍ଥାନାନ୍ତର କରାଯିବ l ସେଠାରେ ତିନିଦିନ ଗାଈ ରଖାଯିବ,ଜୋରିମାନା ବାବଦରେ ଏକ ହଜାର ଟଙ୍କା ଆଦାୟ କରାଯିବ l ଏହି ସମୟ ସୀମା ଭିତରେ ଗାଈ ନନେଲେ ଜଙ୍ଗଲରେ ଛଡ଼ାଯିବ l ଏହାର ରକ୍ଷଣ ବିକ୍ଷଣ ନିମନ୍ତେ ଏକ ଅସ୍ଥାୟୀ କର୍ମୀଚାରି ରଖିବାକୁ ନିଷ୍ପତ୍ତି ହୋଇଥିଲା l ଏହି ବୈଠକରେ କାଉନସିଲର ପୁରୁଷୋତ୍ତମପୁର ସାହୁ, ଅରୁଣ ପଣ୍ଡା, ମୋହନ ରେଡ୍ଡୀ,ସଂଯୁକ୍ତା ଦାସ,ରିତାଦେବୀ ମହାରଣା, ସୁଜାତା ମହାନ୍ତି, ମହାଲକ୍ଷ୍ମୀ ନାୟକ,ଉପସ୍ଥିତ ଥିଲେ l ପରେ ଏକ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହାକୁ ପରିମଳ ଏକ୍ସପୋର୍ଟ ନମେସ କୁମାର, ସମୀର ସାହୁ,
ସିଓ ଅଞ୍ଜଳି ପାଢ଼ୀ, ଏକାଉଣ୍ଟେଣ୍ଟ ଏମ.ଶୈଳାଜା, ସିଏମଏମ ଭାଗ୍ୟଶ୍ରୀ ନାୟକ,ପ୍ରମୁଖ ସମେତ ଅନ୍ୟ କର୍ମଚାର ଉପସ୍ଥିତ ଥିଲେ l