ସେବା ପକ୍ଷ ଅବସରରେ ବିଜେପି ର ସ୍ୱଚ୍ଛତା ଅଭିଯାନ ।
ବ୍ରହ୍ମପୁର:-ଆଜି ଭାରତୀୟ ଜନତା ପାର୍ଟି, ବ୍ରହ୍ମପୁର ତରଫରୁ ସେବା ପକ୍ଷ ଅବସରରେ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା | ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରାଯାଇ ସ୍ୱଛତା ହିଁ ସେବା ର ବାର୍ତ୍ତା ଦେବା ସହ ମନ୍ଦିର ପ୍ରାଙ୍ଗଣ କୁ ସଫା କରା ଯାଇ ଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ବିଷ୍ଣୁ ସୁବୁଦ୍ଧି,ବିଧାୟକ ପ୍ରତିନିଧି ଅଶୋକ କୁମାର ଶୁକ୍ଳ, ଜିଲ୍ଲା ସମ୍ପାଦକ ବାଲକୃଷ୍ଣ ସାମନ୍ତରା,
ଶରତ ପଟ୍ଟନାୟକ, ପ୍ରଦୀପ ନାୟକ,ଭିକି ଆଚାରୀ, ସୁରେଶ ତ୍ରିପାଠୀ ଙ୍କ ସହ ବିଜେପି ରେ ବହୁ କାର୍ଯ୍ୟକର୍ତ୍ତା ନିଜ ନିଜ ଶ୍ରମ ଦାନ କରିଥିଲେ