ରାଜ୍ୟ ସ୍ତରୀୟ ଅଣୁଜୀବ ବିଭାଗୀୟ ସମ୍ମିଳନୀ ଅନୁଷ୍ଠିତ।
ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହବିଦ୍ୟାଳୟଠାରେ ଗତ ୨୭ ଓ ୨୮-୯-୨୦୨୪ ଦୁଇଦିନ ଧରି ଏକ ରାଜ୍ୟସ୍ତରୀୟ କର୍ମଶାଳା ଓ ବିଭାଗୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଯୌନରୋଗ ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ହୋଇଛି। ସାମ୍ପ୍ରତିକ ପରିସ୍ଥିତିରେ ମଙ୍କିପକ୍ସ, ଡେଙ୍ଗୁ, ବାର୍ଡଫ୍ଲୁ ପ୍ରଭୃତି ରୋଗର ଭୟାବହତା ଓ କୋଭିଡ୍ ମହାମାରୀର ପ୍ରାଦୁର୍ଭାବ ପରେ ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ମେଡିକାଲ କଲେଜର ପ୍ରାୟ ୨୦୦ଜଣ ଡାକ୍ତର ଯୋଗଦେଇଥିଲେ।
ଅଣୁଜୀବ ମାନଙ୍କର ବିଘଟନ, ବିବର୍ତ୍ତନ ଓ ନୂତନ ପ୍ରଜାତି ଉତ୍ପନ ବିଷୟରେ
ସବିଶେଷ ଆଲୋଚନା ହୋଇଥିଲା।
ମୁଖ୍ୟ ଅତିଥି ରୂପେ PGIMER, ଚଣ୍ଡୀଗଡ଼ ମେଡିକାଲ କଲେଜର ପ୍ରଫେସର ଡାକ୍ତର ପଲ୍ଲବ ରାୟ ଯୋଗ ଦେଇଥିଲେ। PRM ମେଡିକାଲ କଲେଜର ଅଧ୍ୟକ୍ଷା ଓ ଡିନ୍ ଡାକ୍ତର ପ୍ରତିଭା ପଣ୍ଡା ଓ ଅଧୀକ୍ଷକ ଡାକ୍ତର ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ଯୋଗଦେଇ ଅଣୁଜୀବ ବିଭାଗ ଦ୍ଵାରା ବିଭିନ୍ନ ନୂତନତ୍ବ ଓ ଆହ୍ଵାନକୁ ସାମ୍ନା କରିବାକୁ ସମସ୍ତ ଡାକ୍ତର ମାନଙ୍କୁ ପ୍ରେରଣା ଦେଇଥିଲେ। ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରାଣୀ ମହାନ୍ତି ଙ୍କ ସଂଯୋଜନା ଓ ଆଭିମୁଖ୍ୟରେ ଏହି ସମ୍ମିଳନୀ ପରିଚାଳନା ହୋଇଥିଲା। ଉକ୍ତ ବିଭାଗର ସହଯୋଗୀ ଅଧ୍ୟାପିକା ଡା ସସ୍ମିତା ଖଟୁଆ, ଡ଼ା ସସ୍ମିତା ହୋତା ପ୍ରଭୃତିଙ୍କର ସକ୍ରିୟ ସହଯୋଗରେ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ଏଥିରେ ମୟୂରଭଞ୍ଜର ପାରମ୍ପରିକ ଛଉନୃତ୍ୟ,ଉଚ୍ଚକୋଟୀର ସଙ୍ଗୀତ ଓ ନୃତ୍ୟ ପରିବେଶଣ ହୋଇଥିଲା।