ଜୁଆ ଆଡ୍ଡା ଚଢାଉ, ଲକ୍ଷାଧିକ ନଗଦ ଟଙ୍କା ଜବତ ଓ ୭ ଗିରଫ।
ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଅଞ୍ଚଳରେ ଏକ ଘରେ ଜୁଆ ଖେଳ ଚାଲୁଥିବା ଖବର ପାଇ ବଡ଼ବଜାର ଥାନା ପୋଲିସ୍ ଚଢାଉ କରିଥଲେ। ଏହି ଚଢାଉ ସମୟ ରେ ପୋଲିସ ଘଟଣାସ୍ଥଳରୁ ୭ ଜୁଆଡି ଙ୍କୁ ଅଟକ ରଖିଥିବା ବେଳେ ୩ ଟି ମୋଟରସାଇକେଲ ୭ ଟି ମୋବାଇଲ ଫୋନ ଓ ନଗଦ ୩ ଲକ୍ଷ ୨୬ ହଜାର ୬୦୦ ଟଙ୍କା ଜବତ କରି ଅଟକ ରଖିଥିବା ଜୁଆଡି ମାନଙ୍କୁ ଗିରଫ କରିଛନ୍ତି ବୋଲି ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀଙ୍କ ଠାରୁ ପ୍ରକାଶ।