“ସୁସ୍ଥ ହୃଦୟ ପାଇଁ ସଚେତନା , ସ୍ଵାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ”

0
Spread the love


ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ଆଜି ପ୍ରାତଃ ସମୟରେ ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ସୁସ୍ଥ ହୃଦୟ ପାଇଁ ସଚେତନା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ କ୍ରୋଧ,ଚିନ୍ତା, ଅଶାନ୍ତି ଆମିଷ, ତେଲ, ବନସ୍ପତି ଘୃତ,ପନିର, ଅଜୀର୍ଣ୍ଣ କାରକ ଖାଦ୍ୟ,ପୋଡ଼ା ତେଲ ଛଣା ଖାଦ୍ୟ ଇତ୍ୟାଦି ହୃଦ୍ ରୋଗର କାରଣ ଅଟେ। ଏହି ସବୁକୁ ଛାଡି ଯୋଗାସନ, ପ୍ରାଣାୟାମ କରନ୍ତୁ, ପେଟ ପରିଷ୍କାର ରଖନ୍ତୁ, ଅର୍ଜୁନଛାଲି,ପଦ୍ମମଞ୍ଜି, ଅଁଳା ସେବନ କରନ୍ତୁ।ହୃଦୟ ସଦା ସୁସ୍ଥ ରହିବ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା ।ଡି ଶ୍ରୀନିବାସ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତିl

Leave a Reply

Your email address will not be published. Required fields are marked *