ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ “ବିନା ଔଷଧରେ ସୁସ୍ଥ ଜୀବନ ଯାପନ” ଉପରେ ଆଲୋଚନା ଚକ୍ର ।
ବ୍ରହ୍ମପୁର:-ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ମଂଚ ସଭାପତି ପ୍ରଫେସର ଡଃ. ଭାସ୍କର ପାଢ଼ୀଙ୍କ ତତ୍ତ୍ବାବଧାନରେ ” ବିନା ଔଷଧରେ ସୁସ୍ଥ ଜୀବନ ଯାପନ ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଈଛି । ଆରମ୍ଭରେ ମଂଚ ସଂପାଦକ ଶ୍ରୀ ସୁରେଶ ଜେନା ପ୍ରାରମ୍ଭିକ ସୂଚନା ଦେବା ପରେ ବ୍ୟାୟାମ ଗୁରୁ ଶ୍ରୀ ଶିବରାମ ପାଣିଗ୍ରାହି ମୁଖ୍ୟ ଆଲୋଚକ ରୂପେ ଆମନ୍ତ୍ରିତ ହୋଇଥିବା ପ୍ରକ୍ରୁତି ଚିକିତ୍ସକ ଡାଃ ପ୍ରକାଶ ଚନ୍ଦ୍ର ନନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସ୍ବାଗତ କରିଥିଲେ । ତତ୍ପରେ ମଂଚ ସଭାପତି ଡଃ ପାଢ଼ୀ ମାତ୍ରୁ ଗର୍ଭରେ ଭ୍ରୁଣର ସ୍ଥିତି, ସ୍ରୁଷ୍ଟି , ତାହାର ବିକାଶ, ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଗୁଡିକର କ୍ରମବର୍ଦ୍ଧନ ଉପରେ ଏବଂ ଜନ୍ମ ପରେ ମଧ୍ୟ ଶରୀର ଉପରେ ପ୍ରକ୍ରୁତିର ମଂଚ ମହାଭୂତର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଏହାପରେ ମୁଖ୍ୟ ଆଲୋଚକ ଡାଃ ନନ୍ଦ ଆମର ଦୈନିକ କାର୍ଯ୍ଯଚର୍ଯ୍ୟାର ସମୀକ୍ଷା କରି ମତ ବ୍ୟକ୍ତ କରିଥିଲେ ଯେ ‐‐‐ ” ନିଜ ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖି ତାହାକୁ ଔଷଧ ରୂପେ ବ୍ୟବହାର ନ କରିଲେ ସମୟ ଆସିବ ସେହି ଔଷଧ ଗୁଡିକ ହିଁ ଆମମାନଙ୍କର ଦୈନନ୍ଦିନ ଖାଦ୍ୟରେ ପରିଣତ ହୋଇଯିବ”। ତେଣୁ ସେ ଜିହ୍ବା ଲାଳସାଠାରୁ ଦୂରେଇ ରହି ମିତାହାରୀ ହେବା ଉପରେ ଗୁରୁତ୍ତ୍ବାରୋପ କରିଥିଲେ । ଉପସଂହାରରେ ସଭାପତି ପାଢ଼ୀ ଅତ୍ଯଧିକ ଶର୍କରା, ତେଲ ଓ ଲୁଣ (ଶ ତେ ଲୁ) ର ବ୍ୟବହାର ସବୁ ରୋଗର କାରଣ ହୋଈଥିବାରୁ ସେଗୁଡିକ ବାରଣ କିଂବା ସ୍ବଳ୍ପ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ । ପରିଶେଷରେ ମଂଚର ବରିଷ୍ଠ ସଦସ୍ୟ ଶ୍ରୀ ରାଜ କିଶୋର ଆଚାର୍ଯ୍ଯ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ଯକ୍ରମରେ ଯୋଗ ଗୁରୁ ଶ୍ରୀ ବିଭୂତି ଭୂଷଣ ବେହେରା, ହସ ଗୁରୁ ଶ୍ରୀ ସୁଜନ ଶୁକ୍ଳ, ଉପ ସଭାପତି ପ୍ରଫେସର ଡଃ ଅରୁଣ କୁମାର ପଣ୍ତା, ସହ ସଂପାଦକ ଇଂ ବିନୋଦ କୁମାର ପାଣିଗ୍ରାହି, କୋଷାଧ୍ୟକ୍ଷ ଶ୍ରୀ ପ୍ରଫୁଲ କୁମାର ପାତ୍ର, ଉପଦେଷ୍ଠା ଶ୍ରୀ କେ କ୍ରିଷ୍ଣା ରାଓ, ସର୍ବଶ୍ରୀ ସତ୍ୟବାଦୀ ମହାରଣା, ବି ସୁବା ରାଓ, ଶାନ୍ତନୁ ମିଶ୍ର, ହରିବନ୍ଧୁ ସାହୁ, କୈଳାଶ ବେହେରା, ଅଭିମନ୍ୟୁ ମହାରଣା ସମେତ ପ୍ରାୟ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରିଥିଲେ ।
Thank you very much for your kind cooperation for publishing our news at the earliest possible.