ଅକ୍ଟୋବର ୨ ତାରିଖରୁ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହେବ ପଦଯାତ୍ରା।ଏନେଇ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

0
Spread the love

ବ୍ରହ୍ମପୁର:-(କପିଳ ପାଢ଼ୀ )-ଜିଲ୍ଲା ସଭାପତି ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଦଳୀୟ ନେତା ଓ ପୂର୍ବତନ ବିଧାୟକ ମାନେ ଉପସ୍ଥିତ ଥିଲେ।ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ୬ ତାରିଖ ପ୍ରଥମ ପର୍ଯ୍ୟାୟରେ ଏବଂ ଅକ୍ଟୋବର୨୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ସାରା ଜିଲ୍ଲାରେ ବିଜୁ ଜନତା ଦଳର ପଦଯାତ୍ରା ଅନୁଷ୍ଠିତ ହେବ।ଏବଂ ଅକ୍ଟୋବର ୯ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ ବୋଲି ଜିଲ୍ଲା ସଭାପତି ଶ୍ରୀ ଚ୍ୟାଉ ପଟନାୟକ ସୂଚନା ଦେଇଛନ୍ତି।ଏହି ଅବସରରେ ମେୟର ସଂଘମିତ୍ରା ଦଳେଇ,ଉପ ମେୟର ଇ. ବିବେକ ରେଡି, କାର୍ଯ୍ୟକାରୀ ସଭାପତି ସିଏଚ. ଡିଲେଶ୍ୱର ରେଡି, ସୁବାଷ ମୋହରଣା ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *