ଦକ୍ଷିଣ ଓଡ଼ିଶା ର ସର୍ବାଙ୍ଗ ବିକାଶ ନିମନ୍ତେ ଏକାଠି ହେଲେ ବିଭିନ୍ନ ଅନୁଷ୍ଠାନ।

0
Spread the love

ବ୍ରହ୍ମପୁର :-ସବୁବେଳେ ଉଭୟ ସରକାରଙ୍କ ଅବହେଳା, ଦୃଢ଼ ନେତୃତ୍ୱ ର ଅଭାବ ଓ ସଙ୍ଗଠନ ମାନଙ୍କ ମଧ୍ୟରେ ସମ୍ମନୟ ଅଭାବ ସହ ଜନ ଜାଗରଣ ନଥିବାରୁ ଦକ୍ଷିଣ ଓଡ଼ିଶା ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହିଛି।
ଦକ୍ଷିଣ ଓଡ଼ିଶା ରେ ରେଳ ପଥ ର ବିକାଶ, ବିଭିନ୍ନ ଜାଗାକୁ ଅଧିକା ଟ୍ରେନ ଚଳାଚଳ, ବନ୍ଦର ର ବିକାଶ, ବିମାନ ବନ୍ଦର, ମେଡିକାଲ କଲେଜ ର ବିକାଶ ସହ ସ୍ବାସ୍ଥ୍ୟ ସେବା ପ୍ରତି ଗୁରୁତ୍ଵ ଦେବା, ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ଓ ଖଲ୍ଲିକୋଟ ଏକକ ବିଶ୍ବ ବିଦ୍ୟାଳୟ ଶିକ୍ଷା ନୀତିରେ ସୁଧାର ଆଣିବା ସହ ଆନୁସାଙ୍ଗିକ ବିକାଶ କରିବା , ଦୀଘା ଠାରୁ ଗୋପାଳପୁର କୋଷ୍ଟାଲ କରିଡ଼ର ନିର୍ମାଣ, ଫୁଲବାଣୀ କୁ ରେଲ ପଥ ସଂଯୋଗ, କୃଷି ଓ ପାନୀୟ ଜଳ ସହ ଶୀତଳ ଭଣ୍ଡାର ନିର୍ମାଣ, ଦକ୍ଷିଣ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ର ବିକାଶ, ବ୍ରହ୍ମପୁର ରେ ଇଣ୍ଡୋର୍ ଷ୍ଟାଡିୟମ୍ ର ନିର୍ମାଣ ଇତ୍ୟାଦି ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା ।ଖୁବ ଶୀଘ୍ର ଏକ ଖସଡ଼ା ପ୍ରସ୍ତୁତି କରି ଦକ୍ଷିଣ ଓଡ଼ିଶାର ସବୁ ପ୍ରାନ୍ତ ର ସଙ୍ଗଠନ,ଜନ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ ସହ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାରଙ୍କ ପାଖ ରେ ଦାବି ହାସଲ ନିମନ୍ତେ ଆଲୋଚନା କରାଯିବା ବିଶିଷ୍ଟ ସମାଜ ସେବୀ ତଥା ସଂଗଠକ ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆବାହକ ଇ ତେଜେଶ୍ୱର୍ ରାଓ ପ୍ରାରମ୍ଭିକ ସୂଚନା ଦେଇଥିଲେ।ସୁଧୀର ସାବତ, ବିଘ୍ନେଶ୍ୱର ସାହୁ, ସୁରେଶ ତ୍ରିପାଠି, ନମିତା ରାଣୀ ରାଉତ, ପୁଷ୍ପାଞ୍ଜଳି ମହାପାତ୍ର, ଜଗନ୍ନାଥ ରାଓ, ଶକ୍ତିଧର ରାଜଗୁରୁ, ରାଜେନ୍ଦ୍ର ପଣ୍ଡା, ଆଦିତ୍ୟ ନାଟ୍ୟ ରଥ,ଡ ସୁବ୍ରତ କୁମାର ସାହୁ, ରଞ୍ଜନ କୁମାର ସାହୁ, ଭୀଷ୍ମ ଚର୍ୟ୍ଯ ଚୌଧୁରୀ, ଅଶୋକ କୁମାର ଦଳାଇ,ମନୋଜ କୁମାର ମହାପାତ୍ର, ମହେନ୍ଦ୍ର କୁମାର ବେହେରା, ପ୍ରଣବ ପଣ୍ଡା, କେ ଏନ ସେନାପତି, ଦିଲୀପ ମହାପାତ୍ର,ଡ ସୋଭାଗ୍ୟ ପ୍ରିୟ ଦର୍ଶନୀ, ଡ ମୋହନ ରାଓ, ଗଦାଧର ରାଉଳ ଙ୍କ ସମେତ ବହୁ ସଙ୍ଗଠନ ର ପ୍ରତି ନିଧି ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *