ଉତ୍କଳ ହସ୍ପିଟାଲରେ ବିଶ୍ବ ହୃଦୟ ଦିବସ ପାଳିତ।

0
Spread the love

ଭୁବନେଶ୍ୱର ନିଳlଦ୍ରି ବିହାରରେ ଅବସ୍ଥିତ ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳନ ହୋଇଯାଇଅଛି lଓଡ଼ିଶାରେ- ହୃଦ୍‌ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହୃଦୟ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍କଳ ହସ୍ପିଟାଲ ଠାରେ ଏକ ସୋତନ୍ତ୍ର କାର୍ଯ୍ୟକ୍ରମ, ୫ କିଲୋମିଟର ଦୈlଡ, ୱାକଥନ ଓ ଯୁମ୍ବାଡlନ୍ସ କାର୍ଯ୍ୟକ୍ରମର ଅୟୋଜନ ହୋଇଥିଲା ଏଥିରେ ସାଧାରଣ ବର୍ଗର ପାଖାପାଖି ୫୦୦ ଜନସାଧାରଣ ସ୍ୱାସ୍ଥ୍ୟ ସଚେତନlକୁ ଜନସାଧାରଣମାନଙ୍କ ମଧ୍ୟରେ ପ୍ରସାର କରିବl ପାଇଁ ସ୍ୱତ୍ୱପ୍ରବୁତ୍ ଭାବରେ ଯୋଗଦେଇଥିଲେ |

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଡାଇରେକ୍ଟର ପବ୍ଲିକ ହେଲଥ୍, ଶ୍ରୀ ନୀଳକଣ୍ଠ ମିଶ୍ର ସମ୍ମାନୀୟ ଅତିଥି , ଓଲିଉଡ଼ ନାୟିକା ପିଙ୍କି ପ୍ରଧାନ ଏବଂ ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ, ଡ଼ା ପ୍ରଜ୍ଞାନ ରଞ୍ଜନ ଘଡେଇ ପ୍ରମୁଖ ପତାକା ଦେଖାଇ ଦୈlଡ ଓ ୱାକଥନକୁ ଉଦ୍ଘlଟନ କରିଥିଲେ l

ଏହି ବର୍ଷର ବିଷୟବସ୍ତୁ,
“USE HEART FOR ACTION”.

ଉତ୍କଳ ହସ୍ପିଟାଲର ପ୍ରମୁଖ୍ୟ ହୃଦରୋଗ ବିଶେଷଜ୍ଞମାନେ
Dr. ସନତ ସାହୁ,
Dr.ସୁଶାନ୍ତ ପ୍ରଧାନ,
Dr.ମାନଭଞ୍ଜନ ଜେନା,Dr.ଚନ୍ଦ୍ରଭାନୁ ପରିଜା, Dr.ବିନୟ ଭୂଷଣ ବିନାକର, Dr.ନିମାଇଁ ଚରଣ ବେହେରା ଏହି ଅବସରରେ କହିଥିଲେଯେ “ଭାରତରେ ହୃଦ୍‌ରୋଗର ଏକ ପ୍ରମୁଖ କାରଣ ହେଉଛି ସଚେତନତାର ଏବଂ ପ୍ରତିଷେଧକ ବ୍ୟବସ୍ଥାର ଅଭାବ l
ଆମର ଲକ୍ଷ୍ୟ ହେଉଛି ଏକ ସୁସ୍ଥ ହୃଦୟ ପାଇଁ ଜ୍ଞାନ ଏବଂ ଉତ୍ସ ସହିତ ଆମ ସମ୍ପ୍ରଦାୟକୁ ସଶକ୍ତ କରିବା।
ଆମେ ସମସ୍ତଙ୍କୁ ଉତ୍ତମ ହୃଦୟ ସ୍ୱାସ୍ଥ୍ୟ ଦିଗରେ ସକ୍ରିୟ ପଦକ୍ଷେପ ନେବାକୁ ଆମନ୍ତ୍ରଣ କରୁଛୁl ଏକତ୍ର, ଆମେ ଏକ ହୃଦୟ-ସୁସ୍ଥ ସମ୍ପ୍ରଦାୟ ସୃଷ୍ଟି କରିପାରିବା |
ଉତ୍କଳ ହସ୍ପିଟାଲ ହେଉଛି ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ପ୍ରତିଷ୍ଠାନ , ଜନସାଧାରଣଙ୍କୁ ଉଚ୍ଚମାନର ଚିକିତ୍ସା ସେବା ଯୋଗାଇବା ଏବଂ ସମାଜରେ ସୁସ୍ଥତା ପାଇଁ ଏହା ଉତ୍ସର୍ଗୀକୃତ | ଆମର ଅଭିଜ୍ଞ ବୃତ୍ତିଗତ ଦଳ ରୋଗୀ ଯତ୍ନ ଏବଂ ଶିକ୍ଷା ପାଇଁ ପ୍ରତିବଦ୍ଧ |
ସୁସ୍ଥ ହୃଦୟ ପାଇଁ ଆମ ସହିତ ଯୋଗ ଦିଅନ୍ତୁ ଏବଂ ଏକ ସୁସ୍ଥ ହୃଦୟ ଆଡକୁ ପ୍ରଥମ ପଦକ୍ଷେପ ନିଅନ୍ତୁ l
ଶେଷରେ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଅତିଥି ଏବଂ ମାନ୍ୟଗଣ ମାନେ ପୁରସ୍କlର ପ୍ରଦାନ କରିଥଲେ l

Leave a Reply

Your email address will not be published. Required fields are marked *