ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ଆତ୍ମହତ୍ୟା।
ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଅନ୍ତର୍ଗତ ବେଠୁଆର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ଘୋଡାଦେଇ କୁ ଆସୁଥିବା ଭକ୍ତମାନେ ମନ୍ଦିର ରୋଷେଇ ଶାଳରେ ଜଣେ ବ୍ୟକ୍ତି ଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ବଡଗଡ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତାଙ୍କର ପରିଚୟ ଜାଣିଲେ ଯେ ମୃତ ବ୍ୟକ୍ତି ଜଣଙ୍କ ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ଓ ସେ ମାନସିକ ପୁରଣ ପାଇଁ ଏହି ମନ୍ଦିରରେ ବିନା ଆହାରରେ ୨୧ ଦିନ ଅଧିଆ ପଡିଥିଲେ। କିନ୍ତୁ କୌଣସି ମାନସିକ ପୁରଣ ନହେବାରୁ ଏହି ଭଳି ପଦକ୍ଷେପ ନେବାପାଇଁ ବାଧ୍ୟ ହୋଇଥିଲେ ବୋଲି ଜଣାପଡିଛି। ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।