ଆଦିବାସୀଙ୍କ ବିକାଶ ପାଇଁ ସଂଗ୍ରାମ ଜୋରଦାର ହେବ।
ଭୁବନେଶ୍ବର:-ଶଙ୍ଖ ଭବନରେ ବିଜେଡ଼ି ଦଳର ଅନୁସୂଚିତ ଜାତି ଓ ଜନଜାତି ସଙ୍ଗଠନର ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ପାଇଁ ବିଜେଡି ସରକାର ସମୟରେ ଅନେକ କାର୍ଯ୍ୟ କରା ହୋଇଛି। ଦଳ ସବୁବେଳେ ସେମାନଙ୍କ ହୃଦୟରେ ଅଛି ଏବଂ ଏହାକୁ ତୃଣମୂଳସ୍ତରରେ ମଜଭୁତ କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ସଭାପତି ପରାମର୍ଶ ଦେଇଛନ୍ତି।