କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୪, ଫୁଲଟା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ।

0
Spread the love

ବ୍ରହ୍ମପୁର:- ସ୍ଥାନୀୟ ଫୁଲଟା କ୍ଲଷ୍ଟର ଅନ୍ତର୍ଗତ ଫୁଲଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁରଭି କାର୍ଯ୍ୟକ୍ରମ ଫୁଲଟା କ୍ଲଷ୍ଟରର ସାଧନ କର୍ମୀ ଶ୍ରୀଯୁକ୍ତ ବିବେକାନନ୍ଦ ସାମନ୍ତରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ବେହେରା, ମୁଖ୍ୟ ବକ୍ତା ଗୌରାଙ୍ଗ ବେହେରା ସମ୍ମାନିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପାଳ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ଭୂୟାଁ, ଆଙ୍କୁଳି crcc ଏ. ଭଗବାନ ଫୁଲଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରାଧିକା ମଣ୍ଡଳ ବିଦ୍ୟାଳୟ ର ସମସ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ନିମନ୍ତ୍ରିତ
ଅତିଥିବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ. ଫୁଲଟା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳର ଛାତ୍ରଛାତ୍ରୀମାନେ ନିଜସ୍ବ ଅନ୍ତର୍ନିହିତ କଳା ଓ ପ୍ରତିଭାକୁ ପ୍ରସ୍ଫୁଟିତ କରିଥିଲେ, ମାନ୍ୟ ଗଣ୍ୟ ଅତିଥିଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଥିଲା l, ଉକ୍ତ କାର୍ଯ୍ୟକ୍ରମରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମ କୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ଭାବେ ସହଯୋଗ କରିଥିଲେ ଓ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥ୍‌ମାନଙ୍କଦ୍ବାରା ପୁରସ୍କୃତ କରାଯାଇଥିଲା.

ପରିଶେଷରେ ଶିକ୍ଷକ ଶ୍ରୀଯୁକ୍ତ ରବି କୁମାର ପଟନାୟକ ଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯାଇଥିଲା.

Leave a Reply

Your email address will not be published. Required fields are marked *