ଅଖିଳ ଭାରତ ଯୁବ ସଙ୍ଘ (AIYF ) ଗଂଜାମ ଜିଲ୍ଲା ପରିଷଦ ପକ୍ଷରୁ ସହିଦ ଭଗତ ସିଂଙ୍କ 117 ତମ ଜୟନ୍ତୀ ଅବସରରେ “ଭଗତ ସିଂଙ୍କୁ ପଢ ” ସମ୍ପର୍କରେ ଆଲୋଚନା ଚକ୍ର।

0
Spread the love

ବ୍ରହ୍ମପୁର:-ଅଖିଳ ଭାରତ ଯୁବ ସଙ୍ଘ( AIYF )ର ଗଞ୍ଜାମ ଜିଲ୍ଲା ପରିଷଦ ପାର୍କ ସାହି ଜିଲ୍ଲା କାର୍ଯାଳୟ ଠାରେ ସାଥି ଗୁରୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିଲା | ଏହି ବୈଠକରେ ସର୍ଵ ଭାରତୀୟ ଉପ ସଭାପତି ସାଥି ପ୍ରଦୀପ ସେଠି ଯୋଗ ଦେଇ ସହିଦ ଭଗତ ସିଂଙ୍କ 117ତମ ଜୟନ୍ତୀ ସମ୍ପର୍କରେ ଆଲୋଚନା କଲା ବେଳେ କହିଲେ ଯୁବକ ମାନେ ଭଗତ ସିଂଙ୍କ ସମ୍ପର୍କରେ ଜାଣିବାକୁ ହେଲେ ତାଙ୍କ ଜୀବନି ସମ୍ପର୍କରେ ପଡ଼ିବାକୁ ହେବ |ବର୍ତମାନର ସରକାର ଦେଶ ପରାଧୀନ ସମୟରେ ବ୍ରିଟିଶର ଗୋଲାମୀ କରୁଥିଲେ ବର୍ତମାନ ପୁଞ୍ଜିପତିମାନଙ୍କ ଗୋଲାମୀ କରୁଛନ୍ତି |ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୁବ ମରଣା ନୀତି, ଦର ବୃଦ୍ଧି ଓ ମହିଳା ବିରୋଧରେ ଦୃଢ଼ ନିନ୍ଦା କରିଥିଲେ |ଏହା ସହ ରାଜ୍ୟ ଓ କେନ୍ଦ୍ର ସରକାର ନେଇ ଥିବା ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ | କେନ୍ଦ୍ର ସରକାରଙ୍କ ଯୁବ ମରଣା ନୀତି ବିରୋଧରେ ଯୁବ ସଙ୍ଘର ଜିଲ୍ଲା ସମ୍ପାଦକ ସାଥି କାମଦେବ ନାହାକ ନିନ୍ଦା କରିଥିଲେ |ଅନୁଷ୍ଠିତ ହେବ ସେହି ପରି ଜାତୀୟ ପରିଷଦ ସ୍ତରୀୟ ଶିକ୍ଷା ଶିବିର ସେ୍ଟେମ୍ବର 9_17 ଅରୁଣାଞ୍ଚଳ ପ୍ରଦେଶର ବିଳାସପୁର ଠାରେ ଅନୁଷ୍ଠିତ ହେବ |ସେ ସମ୍ପର୍କରେ ଆଲୋଚନା କରିଥିଲେ |ଆସନ୍ତା ଅକ୍ଟବେର ମାସ ଭିତରେ ଜିଲ୍ଲାର ସମସ୍ତ ଜୋନର ଜୋନାଲ ସମ୍ମିଳନୀ ଅନୁଷ୍ଠିତ ହେବା ସହ ଆସନ୍ତା ନବେମ୍ବର ମାସ ଶେଷରେ ଜିଲ୍ଲା ଓ ଡ଼ିସେମ୍ବର ଶେଷରେ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ | ଏହା ସହ ଜିଲ୍ଲାରୁ ଅଧିକ ସଭ୍ୟପଦ ନବୀକରଣ ହେବ |ଏହି ବୈଠକରେ ଜିଲ୍ଲାର ସମସ୍ତ ଜୋନାଲରୁ ଆସିଥିବା ସମସ୍ତ ସଭ୍ୟ ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ |ଏହି ବୈଠକରେ ଜିଲ୍ଲ ନେତା ସାଥି ଦୁର୍ୟୋଧନ ପ୍ରଧାନ ଦୈତାରୀ ରେଡ୍ଡୀ, ଦଣ୍ଡପାଣି ପାତ୍ର,ଦେବେନ୍ଦ୍ର ପାତ୍ର, କାଁହୁ ଚରଣ ଗୌଡ଼, ମାଗୁଣି ବିଷୋୟୀ, ଗୌରାଙ୍ଗ ପ୍ରଧାନ, ବିଶ୍ୱନାଥ ପାତ୍ର, କୈଳାଶ ଦାସ, କାଁହୁ ନାହାକ, ସନ୍ତୋଷ ଦଳାଇ,ମହେନ୍ଦ୍ର ପାତ୍ର ଓ ଗୌରାଙ୍ଗ ପ୍ରଧାନପ୍ରମୁଖ ଅଂଶ ଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *