ରେଗୁଲାର ନର୍ସିଂ କର୍ମଚାରୀ ଙ୍କ ଆଉଟସୋର୍ସିଙ୍ଗ ଉଛେଦ ଦାବୀ କୁ ବିରୋଧ।

0
Spread the love

ବ୍ରହ୍ମପୁର:-ରାଜ୍ୟ ରେ ରେଗୁଲାର ନର୍ସିଂ କର୍ମଚାରୀ ମାନେ ଆନ୍ଦୋଳନ କୁ ଓଲ୍ହାଇଥିବା ବେଳେ ବର୍ତ୍ତମାନ ଆଉଟସୋର୍ସିଙ୍ଗ ଓ ଘରୋଇ ନର୍ସିଂ କର୍ମଚାରୀ ମାନଙ୍କ ଭରସା ରେ ସ୍ୱାସ୍ଥ୍ୟସେବା ଚାଲିଛି I କିନ୍ତୁ ସରକାର ଙ୍କ ଅଜବ ନୀତି ଓ ନର୍ସିଂ ଆସୋସିଏସନ ର ଦାବୀ ପ୍ରକାରେ ସରକାର ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କୁ ନିକଟ ରେ ଛଟେଇ ନିର୍ଦେଶ ଦେଇଛନ୍ତି I ଯାହାକୁ ନେଇ ଉଭୟ ସରକାରୀ ଓ ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘ ମଧ୍ୟରେ ମୁଁହାମୁଁହି ପରିସ୍ଥିତି ସୃଷ୍ଟି ହୋଇଛି I ସ୍ଥାନୀୟ ଗଞ୍ଜାମ କଳା ପରିଷଦ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଓଡିଶା ଆଉଟସୋର୍ସିଙ୍ଗ ନର୍ସିଂ କର୍ମଚାରୀ ସଙ୍ଘ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନର୍ସିଂ ମାନଙ୍କ କାର୍ଯ୍ୟାବନ୍ଦ ଆନ୍ଦୋଳନ କୁ ନିନ୍ଦା କରିବା ସହ ଛଟେଇ ସମସ୍ତ ଆଉଟସୋର୍ସିଙ୍ଗ ପାରା ମେଡିକାଲ ଷ୍ଟାଫ ଙ୍କୁ ପୁନଃ ନିଯୁକ୍ତି ଦାବୀ କରିଛି ନଚେତ ଆସନ୍ତା ଅକ୍ଟୋବର 04 ରେ ଆନ୍ଦୋଳନ କୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଛି I

ସୂଚନାଯୋଗ୍ୟ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଭିନ୍ନ ସ୍ୱାସ୍ଥ୍ୟ ସ୍କିମରେ କାର୍ଯ୍ୟରତ ଜିଏନ୍‌ଏମ୍‌, ଏଏନ୍‌ଏମ୍ ଓ ଟେକ୍ନ ମ୍ୟନେଜେରିଆଲ ଷ୍ଟାଫ ପ୍ରକ୍ରିୟା ରେ ନିଯୁକ୍ତ ପାରା ମେଡିକାଲ ଷ୍ଟାଫ (ଲେବ ଟେକ୍ନିସିଆନ, ଫାର୍ମାସିଷ୍ଟ, ରେଡ଼ିଓ ଗ୍ରାଫର ) କର୍ମଚାରୀମାନେ ଜିଲ୍ଲା ଖଣିିଜ ପାଣ୍ଠି (DMF ) ତଥା ଅନ୍ୟାନ୍ୟ ସୂତ୍ରରୁ ଆସୁଥିବା ପାଣ୍ଠି ଓ NHM PIP ଗାଇଡଲାଇନ ମାଧ୍ୟମରେ ଦୀର୍ଘଦିନ ହେବ ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା, L&K ସର୍ଭିସେସ, ଭୁବନେଶ୍ୱର ଅଧୀନରେ ଆଉଟସୋର୍ସିଙ୍ଗ କର୍ମଚାରୀ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ନିୟୋଜିତ ହୋଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଇବା ବ୍ୟତିତ ଅତିରିକ୍ତ କାମ ହିସାବରେ ସରକାର ଆମକୁ ବିଭିନ୍ନ ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳ ବୁଲି ଟୀକାକରଣ, ଇମ୍ୟୁନେସନ ସହ ଅନେକ ସର୍ଭେ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟରେ ନିୟୋଜିତ କରି ଆସିଛନ୍ତି। ଗତ ପ୍ରାୟ ଚାରି ବର୍ଷ ଧରି ଆମେ ଅତ୍ୟନ୍ତ ନିଷ୍ଠାପର ଭାବେ ଆମର କର୍ତବ୍ୟ ସମ୍ପାଦନ କରି ଲୋକଙ୍କୁ ନିରବଛିନ୍ନ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଆସୁଛୁ।

କିନ୍ତୁ ଦୁଃଖର ବିଷୟ, ନିକଟରେ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ଜଗତସିଂହପୁର, ବାଲେଶ୍ୱର ପରି କିଛି ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଙ୍କ ଦ୍ୱାରା ଚିଠି ଜରିଆରେ ଆମକୁ କାମରୁ ଛଟେଇ କରିବାକୁ ସର୍ଭିସ୍ ପ୍ରୋଭାଇଡ଼ର ଏଜେନ୍ସୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାରିଫଳରେ ଆମ ପରି ଶହ ଶହ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଏଜେନ୍ସୀ ପକ୍ଷରୁ ସବୁ ଜିଲ୍ଲା ରେ ସାମୁହିକ ଛଟେଇ କରି ଦିଆଯାଇଛି। ଅର୍ଥର ଅଭାବ ବୋଲି ଆମକୁ ଏଭଳି ଛଟେଇ କରାଯାଇଥିବା ଜାଣିବାକୁ ମିଳିଛି I

ତେବେ ଚଳିତ ମାସ 30 ଯାଏଁ ପାଇଁ ହିଁ ନିଯୁକ୍ତି ଦିଆଯିବ ଏବଂ ତା’ପରେ ଛଟେଇ କରି ଦିଆଯିବ ଏବଂ ଆମ ସ୍ଥାନରେ ନିୟମିତ ଭାବେ ନୂତନ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ ବୋଲି ଆମର ନିଯୁକ୍ତିଦାତା ଏଜେନ୍ସି ଠାରୁ ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମେ କରୋନା ମହାମାରୀ ଠାରୁ ଆରମ୍ଭ କରି ଜିଲ୍ଲାର ଜରୁରୀ କାଳୀନ ସ୍ୱାସ୍ଥ୍ୟସେବାରେ ଦୀର୍ଘଦିନ ଧରି ସ୍ୱଳ୍ପ ଦରମାରେ ନିୟୋଜିତ ରହି ଉଚିତ ସେବା ଯୋଗାଇ ଅସୁଥିଲୁ। ଆମମାନଙ୍କ ବରିଷ୍ଠତା ଓ ଅଭିଜ୍ଞତାକୁ ବିଚାରକୁ ନନେଇ ଏଭଳି ଛଟେଇ କରିବା ନିଶ୍ଚୟ ରୂପ ଅନ୍ୟାୟ ବୋଲି ସଙ୍ଘ ଦାବୀ କରିଛି ।

ବର୍ତମାନ ନୂତନ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପାଇଁ ଅଧିକାଂଶ କର୍ମଚାରୀ ବୟସ ଅତିକ୍ରମ କରିସାରିଥିବା ବେଳେ ଲିଖିତ ପରୀକ୍ଷାକୁ ସାମ୍ନା କରିବା ପାଇଁ ପରୀକ୍ଷା ରେ ଅଭିଜ୍ଞତା କୁ ମାନଦଣ୍ଡ ହିସାବ ରେ ନେଇ ରିହାତି ପ୍ରଦାନ କରାଯିବା ସହପୁନଃ ନିଯୁକ୍ତି ଦିଆଯାଉ ଅଥବା ଆମର ଅଭିଜ୍ଞତାକୁ ମାନଦଣ୍ଡ ହିସାବରେ ନେଇ ସମସ୍ତ ଛଟେଇ କର୍ମଚାରୀଙ୍କୁ ନିୟମିତ କର୍ମଚାରୀ ନିଯୁକ୍ତିରେ ଅଗ୍ରାଧିକାର ଦେବାକୁ ନିବେଦନ କରିଛି ସଙ୍ଘ I
ନିକଟରେ ସରକାର ଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କେହି ଗୁହାରି ଶୁଣୁ ନାଁହାନ୍ତି , ଯାହା ଦ୍ୱାରା ହଜାର ହଜାର ତାଲିମ ପ୍ରାପ୍ତ ଆଉଟସୋର୍ସିଙ୍ଗ ନର୍ସିଂ କର୍ମଚାରୀ ମାନେ ନିଜ ଜୀବିକା ହରାଇବା ଥୟ ହୋଇଛି I
*ଓଲଟା ରେଗୁଲାର ନର୍ସିଂ କର୍ମଚାରୀ ମାନେ ଏହି କର୍ମଚାରୀ ମାନଙ୍କୁ ପାଠ ପଢି ନାହାନ୍ତି କହି ଅପମାନିତ କରିବା ସହିତ ନିଜ ଦାବୀ ରେ ଆଉଟସୋର୍ସିଙ୍ଗ ହଟାଇବାକୁ ଦାବୀ ରଖିବା ନିଶ୍ଚିତ ନିନ୍ଦନୀୟ ଘଟଣା I*
ଏହାକୁ ନେଇ ସଙ୍ଘ ର ଦାବୀ କୁ ସରକାର ପୂରଣ କରନ୍ତୁ ନଚେତ ଆଗାମୀ ଅକ୍ଟୋବର 04 ଭିତରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଓ ଧାରଣା କୁ ଓଲ୍ହାଇବାକୁ ନିଷ୍ପତ୍ତି ହୋଇଛି I

ଦାବୀ ସମୂହ :
୧. ରାଜ୍ୟସାରା ଛଟେଇ ନିର୍ଦ୍ଦେଶନାମାକୁ ବାତିଲ କରି ସମସ୍ତ ଛଟେଇ ଜିଏନ୍‌ଏମ୍ ଓ ଏଏନଏମ କର୍ମଚାରୀଙ୍କୁ ପୁନଃ ଅବସ୍ଥାପିତ କରାଯିବା ପାଇଁ ଏଜେନ୍ସିର ଟେଣ୍ଡରକୁ ଦୀର୍ଘମିଆଦୀ କରାଯାଉ।
୨. ନର୍ସିଙ୍ଗ କ୍ୟାଡରରେ ଆଉଟସୋର୍ସିଙ୍ଗ ପ୍ରଥା ଉଛେଦ କରି ଖାଲିଥିବା ନିୟମିତ ପଦବୀରେ ନିଯୁକ୍ତ ପାଇଁ ଆଉଟସୋରସିଂ ନର୍ସିଂ କର୍ମଚାରୀଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିବାର ବରିଷ୍ଠତା ଓ ଅଭିଜ୍ଞତାକୁ ଅଗ୍ରାଧିକାର ଦେଇ ଚୟନ କରାଯାଉ।
୩. ବିଭିନ୍ନ ପାଣ୍ଠି ର ଅଭାବ ଦର୍ଶାଇ ଛଟେଇ କରିବା ବଦଳରେ ସ୍ୱାସ୍ଥ୍ୟ ବିଭାଗର ଅର୍ଥରେ ଖାଲି ଥିବା ପଦବୀରେ ଆମ ନିଯୁକ୍ତିକୁ ସୁନିଶ୍ଚିତ କରାଯାଉ।

4.ତାଲିମପ୍ରାପ୍ତ ନର୍ସିଙ୍ଗ କର୍ମଚାରୀଙ୍କୁ ବ୍ୟବହାର କରି ଫୋପାଡ଼ି ଦେବା ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅତିରିକ୍ତ କାମ ବୋଝ ତୁଲାଇ ଅସୁଥିବା ଏହି କର୍ମଚାରୀମାନଙ୍କୁ ଚାକିରୀର ସୁରକ୍ଷା (Job Security) ପ୍ରଦାନ କରାଯାଉ।

Leave a Reply

Your email address will not be published. Required fields are marked *