ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ : ସୁରଥ ବିଶ୍ୱାଳ
ଭୁବନେଶ୍ୱର : ୨୪ ବର୍ଷ ଶାସନରେ ବିଜୁ ଜନତା ଦଳ ସରକାର ୫୪ ଭାଗ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧୂକାରରୁ ବଂଚିତ କରିଛନ୍ତି । ନିଜେ ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି ସମ୍ପୂର୍ଣ ଭାବେ ପଛୁଆବର୍ଗ ବିରୋଧୀ। ଶିକ୍ଷା, ନିଯୁକ୍ତି, ଏବଂ ରାଜନୈତିକ ପ୍ରତିନିଧୂର୍ତ୍ତ କ୍ଷେତ୍ରରେ ଏହି ବର୍ଗଙ୍କୁ ବଂଚିତ କରିଛି ବିଜେଡି । ବିଜେଡି ଦଳରେ ପଛୁଆବର୍ଗ ପାଇଁ କୌଣସି ସେଲ୍ ନଥିବା, ପଛୁଆବର୍ଗ ପ୍ରତି ତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ନିଜ ଦଳ ଭିତରେ ତୀବ୍ର ଗୋଷ୍ଠୀ କନ୍ଦଳ, ବିଦ୍ରୋହ ଏବଂ ଜଣକ ପରେ ଜଣେ ଦଳ ଛାଡ଼ୁଥିବାବେଳେ ସେଥିରୁ ଦୃଷ୍ଟି ହଟାଇବାକୁ ଯାଇ ବିଜେଡିର ନେତାମାନେ ଅନେକ ବୟାନବାଜୀ ଓ ନାଟକ ଆରମ୍ଭ କରିଦେଇଛନ୍ତି । ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ଵାଳ କହିଛନ୍ତି ।
ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ବିଜେଡି ଆମ୍ବଚିନ୍ତନ କରିବା ବଦଳରେ ଏବେ ହୀନ ରାଜନୀତି କରୁଛି । ଦୀର୍ଘ ୨୪ ବର୍ଷ ଶାସନରେ ରହିବା ସତ୍ତ୍ବେ ପଛୁଆବର୍ଗଙ୍କ ମୌଳିକ ଅଧିକାର ସମ୍ପର୍କରେ କଣ୍ଠପାତ କରିନଥୁଲା ବିଜେଡି । ଅନ୍ୟ ସମସ୍ତ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା ପାଇଁ ଓବିସିବର୍ଗର ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ମିଳୁଥିଲାବେଳେ ତତ୍କାଳୀନ ବିଜେଡି ସରକାର ସଂରକ୍ଷଣ ନଦେବା ଫଳରେ ଆମ ରାଜ୍ୟର ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଂଚିତ ହୋଇଛନ୍ତି । ବିଜେଡି ଶାସନ ଥିବା ସମୟରେ ଯେଉଁ ପ୍ରଶ୍ନ ବିଜେପି ପକ୍ଷରୁ ପଚରାଯାଇଥିଲା, ଆଜି ସେମାନେ ଓଲଟା ସେହି ପ୍ରଶ୍ନ ପଚାରୁଛନ୍ତି । ଅପରପକ୍ଷେ ଓଡିସିମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ ଯଦି କେହି ଉଦ୍ୟମ କରିଥାନ୍ତି, ସେ ହେଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କ ନିଜ ମନ୍ତ୍ରୀମଣ୍ଡଳରେ ୨୭ ଜଣ ଓବିସିଙ୍କୁ ସ୍ଥାନ ଦେଇ ଏହାକୁ ପ୍ରମାଣିତ କରିଛନ୍ତି । ଦେଶରେ ପ୍ରଥମକରି ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ଦେଇଛନ୍ତି ମୋଦିଜୀ । ସେ ଓବିସିମାନଙ୍କ ପାଇଁ ଡାକ୍ତରୀ ପାଠପଢ଼ା, ଇଞ୍ଜିନିୟରିଂ, ସୈନିକ ସ୍କୁଲ, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ସବୁଠି ୨୭ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି । ଓଡ଼ିଶାରେ ବିଜେପି ଯେଉଁ ସଂକଳ୍ପପତ୍ର ଘୋଷଣା କରିଥିଲା, ସେଥିରେ ଓବିସିଙ୍କ ଦାବି ସମ୍ପର୍କରେ ସ୍ପଷ୍ଟତା ଅଛି । ଏବେ ସଂକଳ୍ପପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଗୋଟିକ ପରେ ଗୋଟିଏ ପୂରଣ କରାଯାଉଛି । ଏଥିରେ ବିଜେଡିର କୌଣସି ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହିଁ । ଅପରପକ୍ଷେ ବିଜେଡି ଓବିସିଙ୍କ ଅବା ପଛୁଆବର୍ଗଙ୍କ ପାଇଁ କିଛି ନକରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି । ଦୀର୍ଘଦିନ ଧରି ରାଜ୍ୟରେ ଓବିସି କମିଶନ ପଦବୀ ଖାଲି ପଡ଼ିଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଚିଠି ଲେଖୁବାପରେ ବହୁ ବିଳମ୍ବରେ କମିଶନ ଗଠନ କରାଗଲା, କିନ୍ତୁ ତାଙ୍କୁ ସାମ୍ବିଧାନିକ କ୍ଷମତା ଦିଆଯାଇ ନଥୁଲା । ଏହା ଧର୍ମକୁ ଆଖୁଠାର ସଦୃଶ ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି ।