ବ୍ରହ୍ମପୁର କଳାକାର ଏକତା ମଂଚର ବୈଠକ,କଳାକାର ସମାବେଶ ଆୟୋଜନ ପାଇଁ ହେଲା ଆଲୋଚନା ।

0
Spread the love

ବ୍ରହ୍ମପୁର:-ବ୍ରହ୍ମପୁର ସହରର ଏକାଧିକ ନାଟ୍ୟ ଅନୁଷ୍ଠାନ ମାନଙ୍କ ମିଳିତ ସମାହାରରେ ସୃଷ୍ଟି”ବ୍ରହ୍ମପୁର କଳାକାର ଏକତା ମଞ୍ଚ”ର ଏକ ବୈଠକ ଗୁରୁବାର ବ୍ରହ୍ମପୁର ଉତ୍କଳ ଆଶ୍ରମ ସଭାଗୃହ ପରିସରରେ ସଂଘ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ନାଟକ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ସବୁ ବର୍ଗର କଳାକାରଙ୍କୁ ନେଇ ଆଗାମୀ ଦିନରେ ବ୍ରହ୍ମପୁର କଳାକାର ଏକତା ମଞ୍ଚ ତରଫରୁ ଏକ କଳାକାର ସମ୍ମିଳନୀ ଆୟୋଜନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।ମଞ୍ଚ ନାଟକ ପ୍ରତି ଅଧିକରୁ ଅଧିକ କଳାକାର ଆକୃଷ୍ଟ ହେବା ସହ ନାଟକ ମଂଚସ୍ଥ ବେଳେ ସେମାନଙ୍କ ଉପସ୍ଥିତି ଯେପରି ବଢିବ ସେହି ଉର୍ଦ୍ଧେଶ୍ୟରେ କଳାକାର ସମାବେଶ ଆୟୋଜନ କରାଯିବାକୁ ସ୍ଥିର ହୋଇଥିବା ବୈଠକରେ ଆଲୋଚନା ହୋଇଥିଲା । ହେବାକୁ ଥିବା କଳାକାର ସମାବେଶରେ ପ୍ରାୟ ଶତାଧିକ କଳାକାର ଯୋଗଦେବେ ବୋଲି ସୂଚନା ମିଳିଛି । ଆୟୋଜିତ ବୈଠକରେ ସଂଘ ଉପସଭାପତି ରାଜ ଗୋପାଳ ପାଢ଼ୀ,କୋଷାଧକ୍ଷ ସତ୍ୟ ମହାରଣା,ଉପଦେଷ୍ଟା ରମେଶ ମହାରଣା,ଅନିଲ କୁମାର ପାତ୍ର ପ୍ରମୂଖ ମଞ୍ଚ ଉପରେ ଉପସ୍ଥିତ ଥିଲେ ।ସଂଘ ସମ୍ପାଦକ ଡା.ମିହୀର ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବୈଠକରେ ଏନ. ରାମବାବୁ,ରାମଚନ୍ଦ୍ର ସାସମଲ,ନାରାୟଣ ମହାଙ୍କୁଡ଼,ଟି. ଆପ୍ପାରାଓ,ଇଂ.ମନୋଜ ଦଣ୍ଡପାଟ, ବିଚିତ୍ରାନନ୍ଦ ବେବର୍ତ୍ତା, ନଳିନୀ ଗୌଡ଼,କୈଳାସ ପାଣିଗ୍ରାହୀ, ରବୀନ୍ଦ୍ର କୁମାର ନାୟକ ,ପ୍ରୀତି ମଞ୍ଜରୀ ସେନାପତି, ସିଏଚ.ଦେବଦାସ,ସରୋଜ ପଣ୍ଡା,ସୁବାସ ମହାରଣା ,ସୁନିଲ ସ୍ୱାଇଁ,ସସ୍ମିତା ରାଣୀ ରାଉତ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *