ରାଜ୍ୟ ବିଜେପି ସରକାର ପଛୁଆ ବର୍ଗର ସ୍ବାର୍ଥପ୍ରତି ଅଣଦେଖା କରୁଛନ୍ତି: ବିଜେଡି

0
Spread the love

ଭୁବନେଶ୍ବର: ରାଜ୍ୟ ବିଜେପି ସରକାର ଓବିସି ଓ ଏସସିବିସି ବର୍ଗର ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରୁଛନ୍ତି । ଡବଲ ଇଂଜିନ ଓ ଡବଲ ବିକାଶର ନାରା ଦେଇ ସରକାରକୁ ଆସିଥିବା ବିଜେପି ସରକାରଙ୍କ ଶହେ ଦିନ ଭିତରେ ରାଜ ରାଜ୍ୟରେ ବାସ କରୁଥିବା ପ୍ରାୟ ୫୪% ପଛୁଆ ବର୍ଗର ଲୋକଙ୍କ ସ୍ବାର୍ଥପ แข้อเดี ପଦୁଟିଏ ମଧ୍ଯ ମୁହଁ ଖୋଲି ନାହାନ୍ତି ବୋଲି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରିଛି

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ କହିଲେ, ବିଜୁ ଜନତା ଦଳ ତରଫରୁ ଦେଶରେ ଜାତି ଭିତ୍ତିକ ଜନ ଗଣନା ପାଇଁ ଆମର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦାବୀ କରି ଆସୁଛନ୍ତି I ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଓବିସି ମାନଙ୍କ ପାଞ୍ଚ କୌଣସି ସରଂକ୍ଷଣ ନାହିଁ, ଯାହା ଫଳରେ ପଛୁଆ ବର୍ଗର ପିଲା ମାନେ ଡାକ୍ତରୀ ଓ ଇଂଜିନିୟରି ଜିନିୟରିଙ୍ଗ ପଢ଼ିବାରୁ ବଞ୍ଚିତ ହେଉ ହଉଛନ୍ତି । ସେହିପରି, ନିଯୁକ୍ତି କ୍ଷେତ୍ରରେ ମାତ୍ର ୧୧. ୨୫% ସରଂକ୍ଷଣ ବ୍ୟବସ୍ଥା ରହିଛି ଯାହା ପ୍ରକୃତରେ ୨୭% ରହିବା କଥା। ତେଣୁ ଉଭୟ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ପଛୁଆ ବର୍ଗର ଲୋକମା ନ୍ଯାର୍ଯ୍ୟ ଅଧ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି । ଆମ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ ବାରମ୍ଵାର ପଛୁଆ ବର୍ଗର ନ୍ୟାର୍ଯ୍ୟ ଦାବୀ ପାଇଁ ଲଢେଇ କରିଛନ୍ତି। ପୂର୍ବରୁ ରାଜ୍ୟର ବିଜେପି ପଛୁଆ ବର୍ଗର ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରୁଥିଲା ହେଲେ ହଲେ ସରକାରକୁ ଆସିବା ପରେ ସେମାନେ ନିରବ ହୋଇ ଯାଇଛନ୍ତି ବୋ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର କହିଥିଲେ ଡବଲ ଇଂଜିନ ସରକାର ଆସିଲେ ଡବଲ ବିକାଶ ହେବ ବୋ ବୋଲି ଡିଣ୍ଡିମ ପିଟୁଥିବା ବିଜେପି ଡବଲ ଇଂଜିନ ସରକାର ଆସିବାର ଶହେ ଦିନ ପୂରଣ ହୋଇଥିଲେ ହେଁ, ପଛୁଆ ବର୍ଗର ସ୍ବାର୍ଥ ପୂରଣ ପାଇଁ ପଦଟିଏ ମଧ୍ଯ ମୁହଁ ଖୋଲି ନାହାନ୍ତି I ଶହେ ଦିନର ସଫଳତାକୁ ନେଇ ଉତ୍ସବ ମୁଖର ଥିବା ବିଜେପି ଜପି ସରକାରଙ୍କୁ ଆମର ପ୍ରଶ୍ନ, ପଛୁଆ ବର୍ଗର ଲୋକଙ୍କ ପାଇଁ କରିଛ କଣ? ବିଜୁ ଜନତା ଦଳର ସାଂସଦ ମାନେ ଗତ ପାଞ୍ଚବର୍ଷରେ ଜାତି ଭିଭିକ ଜନ ଗଣନା ପାଇଁ ଦାବୀ କରି ଆସୁଛନ୍ତି, କିନ୍ତୁ କେନ୍ଦ୍ର ସରକାର ସେଥ୍ପ୍ରତି କଣ୍ଠପାତ କରୁ ନାହାନ୍ତି ବୋଲି ଶ୍ରୀ ପାତ୍ର କହିଥିଲେ I

ପ୍ରାରମ୍ଭରେ, ବିଜେଡି ମୁଖପାତ୍ର ତଥା ମିଡ଼ିଆ କୋଡିନେଟର ଡଃ ଲେନିନ ମହାନ୍ତି ଆଜିର ପ୍ରସଙ୍ଗ ଉପରେ ପ୍ରାକ ସୂଚନା ଦେବା ସହ କହିଥିଲେ, କେବଳ ବଡ଼ ବଡ଼ କଥା କହି ଓ ଅନ୍ୟର ମୁଣ୍ଡରେ ଦୋଷ ଲଦି ବର୍ତ୍ତମାନର ବିଜେପି ସରକାର ଖସି ଯିବାକୁ ଚାହୁଛନ୍ତି I ରାଜ୍ୟର ସାଢେ ଚାରି କୋଟି ଲୋକ ବିଜୁ ଜନତା ଦଳକୁ ବିରୋଧୀ ଦଳର ସ୍ଥାନ ଦେଇଛନ୍ତି ଛନ୍ତି, ତେଣୁ ରାଜ୍ୟବାସୀଙ୍କ ସ୍ବାର୍ଥରକ୍ଷା ପାଇଁ ବିଜୁ ଜନତା ଦଳ ନିଶ୍ଚିତ ଭାବେ ଲଢେଇ କରିବ ବୋଲି ଡଃ ମହାନ୍ତି ମହାନ୍ତି କହିଥିଲେ I

Leave a Reply

Your email address will not be published. Required fields are marked *