ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ନର୍ସିଂ କର୍ମଚାରୀ ସଂଘ ର ବିକ୍ଷୋଭ

0
Spread the love

ପୁରୀ(ରବୀନ୍ଦ୍ର କୁମାର):-ଦ୍ଵିତୀୟ ଦିନରେ ପହଁଚିଛି ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ନର୍ସିଂ କର୍ମଚାରୀ ସଂଘ ର ବିକ୍ଷୋଭ ।ସେମାନଙ୍କ ଦାବି ଗୁଡ଼ିକ ପୂରଣ କରିବା ନିମନ୍ତେ ସରକାର ଆଗଭର ନହେବାରୁ ଆଜି ସମସ୍ତ କର୍ମଚାରୀ ଶିରିଞ୍ଜ ଛାଡ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି ।ନର୍ସିଂ କର୍ମଚାରୀ ମାନେ ଆନ୍ଦୋଳନ କରିବା ଦ୍ୱାରା ମେଡିକାଲ ର ସମସ୍ତ ବିଭାଗରେ ରୋଗୀସେବା ରେ ବ୍ୟାଘ୍ରାତ ସୃଷ୍ଟି ହେଉଛି ।ମେଡିକାଲ କୁ ଶିକ୍ଷା ଲାଭ କରିବାକୁ ଆସୁଥିବା ଛାତ୍ର ଛାତ୍ରୀ ମାନେ ଏହି ରୋଗୀ ମାନଙ୍କୁ ସେବା ଯୋଗାଇ ଆସୁଛନ୍ତି ହେଲେ ସଂପୂର୍ଣ୍ଣ ଶିକ୍ଷା ଲାଭ କରିନଥିବା ଛାତ୍ର ଛାତ୍ରୀ ମାନେ ରୋଗୀ ସେବାକରୁଥିବାରୁ ଯଦି କୌଣସି ରୋଗୀର କିଛି ସମସ୍ୟା ସୃଷ୍ଟି ହୁଏ ତେବେ ସେଥିପାଇଁ କିଏ ଦାଇ ରହିବ ବୋଲି ରୋଗୀ ମାନଙ୍କ ସହଯୋଗୀ ମହଲରେ ଆଲୋଡନ ସୃଷ୍ଟି କରିଛି ।ତେଣୁ ପ୍ରକୃତ ପକ୍ଷେ କହିବାକୁ ଗଲେ ରୋଗୀମାନଙ୍କ ଜୀବନ ଏବେ ଓଜନ ଦଣ୍ଡି ରେ ଝୁଲିଲା ପରି ଝୁଲି ରହିଛି ।ତେଣୁ ସେମାନଙ୍କ ଦଶ ଦଫା ସରକାର କେବେ ପୂରଣ କରିବେ ଆଉ ରୋଗୀ ମାନେ ଉପଯୁକ୍ତ ସେବା କେବେ ପାଇବେ ତାହା ଏବେ ଦେଖିବା ବାକି ରହିଲା ।ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ଶୁଭାଶିଷ ଦାସ,ଉପ ସଭାପତି ପୁଷ୍ପ ରଞ୍ଜନ ରାଉତ,ସାଧାରଣ ସମ୍ପାଦକ ରାଜଲକ୍ଷ୍ମୀ ନାୟକ,ମନୋଜ କୁମାର ସ୍ବାଇଁ,କୋଷାଧ୍ୟକ୍ଷ ପୁଷ୍ପାଞ୍ଜଳି ରଣସିଂ,ଉପଦେଷ୍ଟା ସ୍ୱାଗତିକା ଶୁଭଦର୍ଶୀନି ପାଣିଗ୍ରାହୀ, ଆଡିଟର ପ୍ରିୟତମା ବାରିକ,ସୌରଜୀତା ପ୍ରିୟଦର୍ଶିନୀ,ମାନସୀ ରଥ,ସଂଯୁକ୍ତା ପାତ୍ର,ବନ୍ଦନା ଦେବତା,ଶୁଭଶ୍ରୀ ଦାଶ,ପ୍ରଜ୍ଞା ପରମିତା ସେଠୀ,ନୂତନ ମହିମା ଲୁଗୁନ୍,କଳ୍ପତରୁ ସେନାପତି,ବଳରାମ ପଣ୍ଡା,ମନୋଜ କୁମାର,ବିନୀତା ଵାରା,ପିଙ୍କି ବାରିକ,ବିଜୟଲକ୍ଷ୍ମୀ ପାଢ଼ୀ, ନୀର୍ମତିନ ମାଝୀ,ସନ୍ଧ୍ୟାରାଣୀ ମହାପାତ୍ର,ରଜନୀ ମଣି ପ୍ରମୁଖ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *