ସରକାରୀ ବାଳିକା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ।

0
Spread the love

ବ୍ରହ୍ମପୁର:-ସ୍ଥାନୀୟ ବ୍ରହ୍ମପୁର ମହାନଗର ନିଗମ ସମ୍ମୁଖ ସରକାରୀ ବାଳିକା ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ କମିଟି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।୨୦୨୪୵୨୫ ଶିକ୍ଷାବର୍ଷ ର ଦ୍ବିତୀୟ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନ ଓ ଉନ୍ନୟନ କମିଟିର ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭୁପେନ କୁମାର ମହନ୍ତଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ହୋଇ ।ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାର ବିକାଶ ତଥା ରାଜ୍ୟସରକାରଙ୍କର ପ୍ରସ୍ତୁତ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ସକାସେ ଅଭିଭାବକ ମାନଙ୍କୁ ସଚେତନଶୀଳ ପଦକ୍ଷେପ ପାଇଁ ଆଲୋଚନା କରାଯାଇ। ଏହି ବୈଠକରେ ଆଗାମୀ ୨୦୨୪|୨୫ ଶିକ୍ଷାବର୍ଷ ର ସଭାନେତ୍ରୀ ରୂପେ ଏମ ଦିପାରାଣୀ ଓ ଉପସଭାପତି ନରସିଂହ ବାଡତ୍ୟାଙ୍କ ସମେତ ଅନ୍ଯାନ୍ଯ କମିଟି ସଦସ୍ଯ ଚୟନ କରାଯାଇଥିଲା।ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ବନାନୀ ପାଣିଗ୍ରାହୀ,ବିରଜାବାଳା ସାହୁ,ଶିବାନୀ ଦାସ,କେ ଉଷାରାଣୀ,ନକ୍ଷେତ୍ରାପ୍ରଭା ମହାରଣା,ସୁଜତା କୁମାରି ଝା ସୁପରିଚାଳନା କରିଥିଲେ। ଅନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ,କର୍ମଚାରୀ ବୃନ୍ଦ ବୈଠକ ସକ୍ରୀୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ।ଉପସ୍ଥିତ ସମସ୍ତ ଅଭିଭାବକ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *