ବିଶ୍ୱ ଫାର୍ମାସି ଦିବସ ଅବସରରେ ରୋଲାଣ୍ଡ ଫାର୍ମାସି କଲେଜ ଦ୍ୱାରା ଫାର୍ମାସୀ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ବ୍ରହ୍ମପୁର:-ସେପ୍ଟେମ୍ୱର ୨୫, ବିଶ୍ୱ ଫାର୍ମାସି ଦିବସ ଅବସରରେ ରୋଲାଣ୍ଡ ଫାର୍ମାସି କଲେଜ, ବ୍ରହ୍ମପୁରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନରେନ୍ଦ୍ରପୁର ସ୍ଥିତ ଉଚ୍ଚ ବିଦ୍ୟାଳୟରେ ଫାର୍ମାସି ଶିକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦେବରାଜ ମହାନ୍ତି ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ ରୋଲାଣ୍ଡ ଫାର୍ମାସିର ପ୍ରାଧ୍ୟାପକ ଶ୍ରୀ ରବିନାରାୟଣ ରଣା ପରିଚାଳନା କରିଥିଲେ ଏବଂ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଶ୍ରୀ ରାଜାରାମ ଦାସ ଉପସ୍ଥିତ ଥିଲେ । ରୋଲାଣ୍ଡ ଫାର୍ମାସିର ରିପୋନୋଭା କ୍ଲବର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଦ୍ୟାଳୟର ପିଲାମାନଙ୍କୁ ଫାର୍ମାସି ପାଠ୍ୟକ୍ରମ ଓ ଏହାର ଉପଯୋଗିତା ସମ୍ବନ୍ଧରେ ଆଲୋକପାତ କରିବା ସହ ଫାର୍ମାସିଷ୍ଟମାନଙ୍କର ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଥିବା ଅବଦାନକୁ ବୁଝାଇଥିଲେ । ରୋଲଣ୍ଡ ଫାର୍ମାସୀ କଲେଜର, ବିଦ୍ୟାଳୟ ସ୍ତରୀୟ ଏହି ସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି ।