ପାର୍ବଣ ଋତୁ ଆରମ୍ଭ ସହର ଉତ୍ସରମୁଖି।

0
Spread the love

ବ୍ରହ୍ମପୁର; ପାର୍ବଣ ଋତୁର ଆଗମନ ପାଇଁ ବ୍ରହ୍ମପୁର ସହର ଉତ୍ସବମୁଖି ହୋଇ ଉଠିବ । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜିପୁର, ପୁରୁଣା ବସଷ୍ଟାଣ୍ଡ, ହିଲପାଟଣା, କମାପଲ୍ଲୀ, କୋର୍ଟପେଟା, ଗିରିଜା ଛକ, ଓ.ଏସ.ଆର.ଟି.ସି, ଆଯାଧ୍ୟା ନଗର, ସୁବା ରାଓ ଛକ, ଟାଟା ବେଞ୍ଜେ ଛକ, ଆଙ୍କୁଲି, ଲାଞ୍ଜିପୁଲ୍ଲୀ, ଷ୍ଟେସନ ରୋଡ, ବିଜିପୁର ତୁଟା ସାହି, ଗୋଷାଣୀନୂଆଗାଁ ନେହୁର ନଗର, ସିଦ୍ଧାର୍ଥ ନଗର, ଗୋଇଲୁଣ୍ଡି ଛକ, ହନୁମାନ ବଜାର, ଗିରି ମାର୍କେଟ ଛକ, ଶ୍ରୀରାମ ନଗର, ଗାନ୍ଧୀ ନଗର ଛକ, ହରଡା଼ଖଣ୍ଡି ଛକ, ଗେଟ ବଜାର ଗୋକେନେଶ୍ୱର ପରି ବିଭିନ୍ନ ସ୍ଥାନରେ ପାରମ୍ପରିକ ଦୁର୍ଗା ପୂଜା ପାଇଁ ଆୟୋଜନ ଆରମ୍ଭ ହୋଇଗଲାଣି ।

ବର୍ତ୍ତମାନ ବିଭିନ୍ନ ରାଜ୍ୟରୁ କାରିଗର ଆସି ମୂର୍ତ୍ତୀ ନିର୍ମାଣ କରିବାରେ ନିୟୋଜିତ ହୋଇଛନ୍ତି। କଲିକତା ମୂର୍ତ୍ତୀ ଓ ମେଢ଼ କାରିଗରଙ୍କ ପ୍ରାଧାନ୍ୟ ରହିଛି।
ସେହିପର ହିଲପାଟଣାରେ ମଧ୍ୟ ଚଳିତ ବର୍ଷ ୫ତମ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା କମିଟିର ସଭାପତି ସୁନୀଲ କୁମାର ପାଢ଼ୀ, ଉପସଭାପତି ଈଶ୍ୱର ଚରଣ ବେହେରା, ସଂପାଦକ ମାଧବ ସାହୁ, କୋଷାଧ୍ୟକ୍ଷ ବାପୁ ଚୌଧୁରୀ, ସନ୍ତୋଷ ପାତ୍ର, ଅଜିତ ସାହୁ, ସନ୍ତୋଷ ପଣ୍ଡା, ପ୍ରଭାତ କୁମାର ପାଣିଗ୍ରାହି, ଅବନୀ କୁମାର ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପୂଜା କାର୍ଯ୍ୟ ଯେପରି ସୁରୁଖୁରୁରେ ହେବ ତାହା ପାଇଁ ଯତ୍ନବାନ ଅଛନ୍ତି।
ଦୁର୍ଗା ପୂଜା ଓଡ଼ିଆଙ୍କ ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଭକ୍ତି ଓ ଉତ୍ସାହର ସହ ମା’ଙ୍କୁ ଧରାପୃଷ୍ଟକୁ ସ୍ୱାଗତ କରି ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ନବରାତ୍ରି ୩ ଅକ୍ଟୋବର ଗୁରୁବାର ଠାରୁ ଆରମ୍ଭ ହୋଇ ୧୨ ଅକ୍ଟୋବର ଶନିବାରରେ ଶେଷ ହେବ । ଏହି ପର୍ବରେ ମା’ ଦୁର୍ଗାଙ୍କର ୯ଟି ରୂପକୁ ପୂଜାର୍ଚ୍ଚନା କରାଯାଇଥାଏ । ‘ନବରାତ୍ରି’ ଶଦ୍ଦ ହେଉଛି ଏକ ସଂସ୍କୃତ ଶଦ୍ଦ ଯାହାର ଅର୍ଥ ହେଉଛି ‘ନଅଟି ରାତି’ । ନବରାତ୍ରିର ନଅ ଦିନରେ ମା’ଙ୍କ ପାଖେ ବିଭିନ୍ନ ପ୍ରକାରର ଭୋଗ କରାଯାଇଥାଏ । ପ୍ରଥମ ଦିନ ଖିରି ଭୋଗ ଲଗାଯାଏ । ଦ୍ୱିତୀୟ ଦିନରେ ମା’ ଦୁର୍ଗାଙ୍କ ପାଖେ ଚିନିରେ ତିଆରି ଦ୍ରବ୍ୟ ଭୋଗ ଲାଗେ । ତୃତୀୟ ଦିନରେ କ୍ଷୀରରେ ପ୍ରସ୍ତୁତ ଯେକୌଣସି ଖାଦ୍ୟ ମାଙ୍କୁ ଅର୍ପଣ କରାଯାଏ । ଚତୁର୍ଥ ଦିନ ମା’ଙ୍କ ପାଖେ ମାଲପୁଆ ଭୋଗ ଲଗାଯାଏ । ଏହା ସହ ପଞ୍ଚମ ଦିନ କଦଳୀ, ଷଷ୍ଠ ଦିନ ମହୁ ଏବଂ ସପ୍ତମ ଦିନ ଗୁଡ଼ରେ ପ୍ରସ୍ତୁତ ଖାଦ୍ୟ ଭୋଗ ଲଗାଯାଏ । ଅଷ୍ଟମ ଦିନ ନଡ଼ିଆ ଏବଂ ନବମ ଦିନ ହାଲଓ୍ୱା, ପୁରୀ ଓ ଭଜା ଚଣା ମାଆଙ୍କୁ ଅର୍ପଣ କରାଯାଇଥାଏ । ପୂଜକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୁଲିସ ମଧ୍ୟ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଣ ଋତୁର ପୂଜାରେ କୈାଣସି ଅଘଟଣ ନହୁଏ ସେଥିପ୍ରତି ଜାଗୃତ ରହିଛନ୍ତି ।

Leave a Reply

Your email address will not be published. Required fields are marked *