କନ୍ଧ ସଂସ୍କୃତି ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ।

0
Spread the love

କଳାହାଣ୍ଡି (ପ୍ରଦୀପ କୁମାର ଗଉଡ):-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକସ୍ଥିତ କନ୍ଧ ସଂସ୍କୃତି ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି l ନର୍ଲା ଆଦିବାସୀ ସଂଘର ସଭାପତି ହରିଶଙ୍କର ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ତଥା ଆଖପାଖ ଅଞ୍ଚଳର ଶତାଧିକ ଆଦିବାସୀ ଯୋଗ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀଙ୍କର ଜମି, ଜଳ, ଜଙ୍ଗଲ, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା।
ସରକାରୀ ଚାକିରୀରେ ଆଦିବାସୀ ମାନଙ୍କ ପାଇ ସଂରକ୍ଷିତ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଠ ପଢା ହାର କମ୍ ଥିବାରୁ ଚାକିରୀ କ୍ଷେତ୍ରରେ ସୁଯୋଗ ହରାଇ ରହୁଛନ୍ତି ।ସେଥିପାଇଁ ଆଦିବାସୀମାନେ ଶିକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ଆହ୍ବାନ ଦିଆ ଯାଇଥିଲା।
ପୃଥିବୀର ୯୦ଟି ଦେଶର ୪୦ କୋଟିରୁ ଉର୍ଦ୍ଧ୍ୱ ଆଦିବାସୀ ୭ ହଜାର ଭାଷା ବ୍ୟବହାର କରୁଥିବା ବେଳେ ୫ ହଜାର ସଂସ୍କୃତି ସହ ଜଡିତ ଅଛନ୍ତି ।
ତେଣୁ ସମଗ୍ର ଆଦିବାସୀ ନିଜ ସମ୍ପ୍ରଦାୟର ମାତୃଭାଷା, ସାହିତ୍ୟ, ପାଣ୍ଡୁଲିପି, ସଂସ୍କୃତିର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିବା ପାଇଁ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ସଂଘର ସମ୍ପାଦକ ଦେବରାଜ ମାଝୀ ଉପସଭାପତି କିଶୋର ମାଝୀ,ସମ୍ପାଦକ ମାୟାଧର ମାଝୀ,ବ୍ଲକ ଆଦିବାସୀ ସମାଜର ସଭାପତି ଝସକେତନ ମାଝୀ, ପୂର୍ବତନ ଆଦିବାସୀ ସଂଘର ସଭାପତି ଅନ୍ତରାମ ମାଝୀ, ଆଦିବାସୀ କର୍ମଚାରୀ ସଂଘର ସଭାପତି ଗୋବର୍ଦ୍ଧନ ମାଝୀ, କ୍ଷିତୀଶ ଚନ୍ଦ୍ର ମାଝୀ, ଲଳିତ ମୋହନ ଭୋଇ, ଦକ୍ଷରାଜ ମାଝୀ, ଯୋଗେନ୍ଦ୍ର ମାଝୀ, ବିଘ୍ନରାଜ ମାଝୀ, ଗଜପତି ମାଝୀ, ଡିଙ୍ଗର ମୁଣ୍ଡା, କୈଳାଶ ମାଝୀ, ଦୁର୍ଯ୍ୟୋଧନ ମାଝୀ ଉପସ୍ଥିତ ରହି ଆଦିବାସୀ ମାନଙ୍କ ଉନ୍ନତି ଓ ଅଧାରୁ ପାଠ ଛାଡୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା l ପରିଶେଷରେ କିଶୋର ମାଝୀ ଧନ୍ୟବାଦ ଅର୍ପଣ କରିଥଲେ ।

Leave a Reply

Your email address will not be published. Required fields are marked *