ଦିବ୍ୟଜୀବନ ସଂଘ ମହିଳା ଶାଖା ତରଫରୁ ସ୍ୱାମୀ ଚିଦାନନ୍ଦଙ୍କ ଜୟନ୍ତୀ।

0
Spread the love

ବ୍ରହ୍ମପୁର: ଦିବ୍ୟଜୀବନ ସଂଘ ମହିଳା ଶାଖା ଆଶ୍ରମ ପରିସରରେ ଆନ୍ତର୍ଜାତିକ ଦିବ୍ୟଜୀବନ ସଂଘର ପ୍ରାକ୍ତନ ସଭାପତି ତଥା ପରମ-କାରୁଣିକ ସଦଗୁରୁ ସ୍ଵାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କ ପବିତ୍ର ୧୦୮ ତମ ଜନ୍ମ ଉତ୍ସବ‌ ମହାସମାରୋହ ରେ ପାଳିତ ହୋଇଯାଇଛି । ବରିଷ୍ଠ ଗୁରୁଭାଇ ଅରୁଣ କୁମାର ଦାଶଙ୍କ ପୌରହିତ୍ୟରେ ପ୍ରାତଃ ୫ ଘଣ୍ଟା ଠାରୁ ବ୍ରାହ୍ମ ମୁହୂର୍ତ୍ତ, ପ୍ରାର୍ଥନା, ପରିକ୍ରମା, ଗୁରୁ ପାଦୁକା ପୂଜା ଓ ଅର୍ଚନା ଆଦି ଯଥାରିତି ପାଳନ କରାଯାଇଥିଲା । ବରିଷ୍ଠ ଗୁରୁ ଭଉଣୀ ରୀନା ପାଢ଼ୀ ଓ ସରିତା ସତପଥୀ ଯୋଗ ଦେଇ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କର ବାଣୀ ଓ ଲେଖାର ନିର୍ଯାଶକୁ ଖୁବ୍ ସରଳ ଓ ସୂକ୍ଷ୍ମ ଭାବେ କେତେଗୋଟି ଶବ୍ଦ ମଧ୍ଯରେ
ପ୍ରକାଶ କରିଥିଲେ ତାହା ହେଉଛି ସେବା, ପ୍ରେମ, ଦାନ, ପବିତ୍ରତା, ଧ୍ୟାନ ଓ ପରିଶେଷରେ ଈଶ୍ୱର ସାକ୍ଷାତକାର ବୋଲି କହିଥିଲେ । ପରମ ଗୁରୁଦେବ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦ ଙ୍କ ମହତ୍ବବାଣୀ ଭଲ ହୁଅ ଓ ଭଲ କର, ମାନବ ସେବା ହିଁ ମାଧବ ସେବାକୁ ଆଧାରିତ କରି ଦକ୍ଷିଣାଞ୍ଚଳ ଦିବ୍ୟ ଜୀବନ ସଂଘ ସମନ୍ଵୟ ସମିତିର କୋଷାଧ୍ୟକ୍ଷ ଶାନ୍ତି ଭୂଷଣ ପଣ୍ଡାଙ୍କ ତତ୍ତ୍ଵାବଧାନ ରେ ସ୍ଥାନୀୟ ଅନାଥ ଆଶ୍ରମ ଓ ଶିବାନନ୍ଦ ଶିଶୁ ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଜଳପାନ, ବିସ୍କୁଟ, ଚକୋଲେଟ ଓ ପାଠ୍ୟ ଉପକରଣ ଏବଂ ନାରାୟଣ ସେବା ସହ ବସ୍ତ୍ର ବଣ୍ଟନ କରାଯାଇଥିଲା। ସ୍ଥାନୀୟ ବଡ଼ ମେଡ଼ିକାଲର ସମସ୍ତ ବିଭାଗର ରୋଗୀମାନଙ୍କୁ ଫଳ, ବିସ୍କୁଟ ଏବଂ ଜ୍ଞାନଯଜ୍ଞ ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ସତସଙ୍ଗରେ ବରିଷ୍ଠ ଗୁରୁଭାଈ ଶ୍ରୀନିବାସ ପାତ୍ର ଯୋଗ ଦେଇ ନବାହ୍ନ ପାରାୟଣ ଓ ଗୁରୁ ମହାରାଜାଙ୍କର ଜୀବନୀ ଏବଂ ଅଲୌକିକତା ବର୍ଣ୍ଣନା କରିଥିଲେ। ଏହି ସବୁ ଦିବ୍ୟ କାର୍ଯ୍ୟକ୍ରମକୁ ସଂଘର ସଭାନେତ୍ରୀ ଜ୍ୟୋସ୍ନାରାଣୀ ଦାଶ, ମମତା ମହାପାତ୍ର, ସନ୍ଧ୍ୟା ରାଣୀ ପାଣିଗ୍ରାହୀ, ରବୀନ୍ଦ୍ରନାଥ ଦାଶ, ଇନ୍ଦ୍ରମଣି ସ୍ୱାଇଁ, ଅଲେଖ ବେହେରା, ଶାରଦା ଦାଶ, ସକୁନ୍ତଳା ସ୍ୱାଇଁ, ପ୍ରମିଳା ମହାରଣା, ପ୍ରଶାନ୍ତ କୁମାର ନନ୍ଦ, ଶରତ କୁମାର ସାହୁ, ରେଣୁକା ସାହୁ, ବିଜୟ ପାତ୍ର, କ୍ରିଷ୍ଣା ଦୋରାଙ୍କ ସମେତ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *