ପୁରୀ ଭାଜପା ପକ୍ଷରୁ ଦିନ ଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳିତ।

0
Spread the love

ପୁରୀ :-ପବିତ୍ର ଦିନ ଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ଦିନରେ ପୁରୀ ଜିଲ୍ଲା ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରଭଞ୍ଜନ ମହାପାତ୍ର ତତ୍ୱାବଧାନ ରେ ପୁରୀ ର ଝଡ଼େଶ୍ୱରୀ ଛକ ଠାରେ ସଦସ୍ୟତା ଅଭିଯାନ କୁ କ୍ରିୟାଶୀଳ ଓ କ୍ରିୟାନୟନ କରାଯାଇ ବୁଥ୍ ସ୍ତରରେ ଶହେ ସଦସ୍ୟ ର ଲକ୍ଷ ସେଇ କାର୍ଯ୍ୟକ୍ରମ କରାଯାଇଥିଲା।ଦିନଦୟାଲଜୀ ଙ୍କ ଫଟୋ ଚିତ୍ର ନିକଟରେ ସମସ୍ତେ ଏକତ୍ରିତ ହୋଇ ସଦସ୍ୟତା କୁ ଚାଲୁ କରିଥିଲେ।

ପୁରୀ ଜିଲ୍ଲା ର କାର୍ଯ୍ୟକାରୀ ସଭାପତି ଡା ଦେବେନ୍ଦ୍ର ନାଥ ତରେଇ ଙ୍କ ସହଯୋଗ ଏବଂ ଜିଲ୍ଲା ର ପ୍ରମୁଖ କାର୍ଯ୍ୟକର୍ତା ସର୍ବଶ୍ରୀ ସୋମନାଥ ଦାସ, ନାରୀ ନେତ୍ରୀ ରଂଜିତା ପାଢ଼ୀ, ଓବିସି ମୋର୍ଚ୍ଚା ର ଦେବ ପ୍ରସନ ସ୍ୱାଇଁ,ଯୁବ ମୋର୍ଚ୍ଚା ର ବାହୁଡା଼ ପ୍ରଧାନ, ଅନିକେତ କର, ସ୍ନେହାଶିଷ ଦାଶ, ଶିବ ନାରାୟଣ ଦାଶ, ଅଗ୍ରଜଃ ବୁଢା ଭାଇ, ପ୍ରଭୃତି ଙ୍କ ସହଯୋଗ ରେ ବିଭିନ୍ନ ଗଳି କନ୍ଦି ରେ ବୁଲି ସଦସ୍ୟତା କୁ ସଫଳ କରେଇବାରେ ଉଚ୍ଚକୋଟୀର ଉଦ୍ୟମ କରିଥିଲେ…
ଦୀନବନ୍ଧୁ ସ୍ୱାଇଁ, ଭାଗିରଥି ପ୍ରଧାନ, ପ୍ରିୟଦତ୍ତ ପ୍ରଧାନ ପ୍ରଭୃତି ଙ୍କ ସହଯୋଗ ଓ ଜଳ ପାନ ଯୋଗାଣ ରେ ସମଗ୍ର ପରିବେଶ ଅତ୍ୟନ୍ତ ସରସ ସୁନ୍ଦର ଓ ଅନୁକୂଳ ପରିବେଶ ତିଆରି କରିଥିଲା ଏବଂ ଏଥିପାଇଁ ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରଭଞ୍ଜନ ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ଓ ଆଗାମୀ ଦିନରେ ସଦସ୍ୟ କାର୍ଯ୍ୟ କୁ ଆହୁରି କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *