କେନ୍ଦୁଝର ଜିଲ୍ଲା ପ୍ରଶାସନିକ ସ୍ଥାଣୁତା ଓ ବ୍ୟାପକ ଦୁର୍ନୀତିରେ ଶିକାର ବିତଶାଳୀ ଜିଲ୍ଲାରେ ସାଧାରଣ ଜନତା ଉପେକ୍ଷିତ- ଜୟଦେବ
ଭୁବନେଶ୍ବର :- କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ଗ୍ରାମର ୮୦ ବର୍ଷିଆ ବୃଦ୍ଧା ପଥୁରୀ ଦେହୁରି ନିଜ ଘରଠାରୁ ୨ କି.ମି. ଦୂର ପଂଚାୟତ କାର୍ଯ୍ୟାଳୟକୁ ଗୁରୁଣ୍ଠି ଗୁରୁଣ୍ଡି ବାଦ୍ଧକ୍ୟ ଭତା ନେବାପାଇଁ ଆସିବା ଘଟଣା ଏବେ ଗଣମାଧ୍ଯମରେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ପ୍ରଶାସନକୁ ନିନ୍ଦା କରିବା ସହ କହିଛନ୍ତି ଯେ ଅର୍ଜମଣ୍ୟ ଏବଂ ଅତିଶୟ ବୃଦ୍ଧ ବ୍ୟଙ୍କିଙ୍କୁ ତାଙ୍କ ଘରେ ବାଦ୍ଧକ୍ୟଭତା ଅର୍ଥରାଶୀ ପ୍ରଦାନ କରିବା ପାଇଁ ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ସ୍ଥାନୀୟ ପ୍ରଶାସନ ମାନୁନାହାନ୍ତି । ଅର୍କମଣ୍ୟଙ୍କୁ ପଂଚାୟତ କାର୍ଯ୍ୟାଳୟ ଆସି ଭତା ନେବାକୁ ବାଧ୍ୟ କରାଯାଉଛି । ଏହି ଘଟଣା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଜ ଜିଲ୍ଲାରେ ଘଟିବା ଦୁର୍ଭାଗ୍ୟଜନକ ।
ଶ୍ରୀ ଜେନା କହିଛନ୍ତି ଯେ ରନ୍ଗର୍ଭା କେନ୍ଦୁଝର ଜିଲ୍ଲା ଏକ ବିତଶାଳୀ ଜିଲ୍ଲା ହୋଇପାରେ ମାତ୍ର ଏହାର ଅଧୂବାସୀମାନେ ଦୁର୍ଦ୍ଦଶା ଓ ଦୁଃଖରେ କାଳତିପାତ କରୁଛନ୍ତି । ରାଜ୍ୟ ରାଜକୋଷକୁ କେନ୍ଦୁଝର ଜିଲ୍ଲାର ଅବଦାନ ସର୍ବାଧିକ । କେନ୍ଦୁଝର ଜିଲ୍ଲାର ମାଟି, ପାଣି, ପବନ ସବକିଛି ଖଣି ଖନନ ପାଇଁ ପ୍ରଭାବିତ ଏବଂ ଦୂଷିତ । ଖଣି ଖଳନ ଯୋଗୁଁ କେନ୍ଦୁଝର ଅଧୂବାସୀ ବିଭିନ୍ନ ମାରାତ୍ମକ ରୋଗରେ ପୀଡ଼ିତ । ଏହି ଜିଲ୍ଲାର ୧୩ଟି ବ୍ଳକର ୮୯ ଟି ପଂଚାୟତ ସିଧାସଳଖ ଖଣିଦ୍ଵାରା ପ୍ରଭାବିତ । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଏହି ଜିଲ୍ଲାରେ ଡିଏମଏଫ ଫଣ୍ଡ ୮୮୪୦ କୋଟିରୁ ଅଧିକ ଅର୍ଥ ସଂଗ୍ରହ ହୋଇପାରିଛି । କେନ୍ଦୁଝର ଜିଲ୍ଲାର ସମୁଦାୟ ୧୮ଲକ୍ଷ ଜନସଂଖ୍ୟାରୁ ୮ଲକ୍ଷ ଆଦିବାସୀ ବର୍ଗର । ନୀତି ଆୟୋଗକଙ୍କ ରିପୋର୍ଟ ଅନୁଯାୟି କେନ୍ଦୁଝର ୪୧.୭୮ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । କେନ୍ଦୁଝର ୮୦ ପ୍ରତିଶତ ପରିବାର ରାସନ ଚାଉଳ ଉପରେ ନିର୍ଭରଶୀଳ । ଏବେ ପୁଣି ୧୦ ହଜାର ପରିବାର ନୂଆ ରାସନକାର୍ଡ଼ ପାଇଁ ଆବେଦନ କରିଛନ୍ତି । ଡିଏମଏଫ ପାଣ୍ଠିରୁ ଏହି ଜିଲ୍ଲାରେ ଉନ୍ନୟନ ପାଇଁ ବର୍ଷକୁ ୫୦୦ କୋଟି ଖର୍ଚ୍ଚ କରାଯାଉଛି । ଗତ ୯ ବର୍ଷରେ ୪୮୮୩ କୋଟି ଟଙ୍କା ଏହି ଜିଲ୍ଲାରେ କାହା ସ୍ୱାର୍ଥରେ ବିନିଯୋଗ ହୋଇଛି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି । କେନ୍ଦୁଝର OMBADC (Odisha Minaral Areas Development Corporation) ରୁ ୧୬୦୦ କୋଟି ଟଙ୍କା ଧାର ନେଇ ଅନ୍ୟ କେଉଁଠାରେ ଖର୍ଚ ହୋଇଛି ତାହା ଜିଲ୍ଲାବାସୀ ଜାଣିବା ଦରକାର । ସରକାର ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଅନୁଦାନ ଦେଉଛନ୍ତି ମାତ୍ର କେନ୍ଦୁଝର ଜିଲ୍ଲାକୁ ଦେଲେ ନାହିଁ । କେନ୍ଦୁଝର ଡିଏମଏଫ ଫଣ୍ଡରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ କେନ୍ଦୁଝରରେ ମେଡିକାଲ କଲେଜ କରାଯାଇଛି ।
କେନ୍ଦୁଝର ଜିଲ୍ଲାର ସମସ୍ୟା ପ୍ରତି ସରକାର ଉଦାସୀନ ରହିଆସୁଛନ୍ତି । ୨୦୨୩ ମସିହାରେ ୧ମାସ ସମୟରେ ବାଉଁଶପାଳ ବ୍ଲକ ଅନ୍ତର୍ଗତ ଗୋନାଶିକାର ଜନ୍ତାରୀ ଗ୍ରାମରେ ୧୧ ଜଣ ଜୁଆଙ୍ଗକଙ୍କ ମୃତ୍ୟୁ ହେଲା । ମୃତ୍ୟୁର କାରଣ ଦୂଷିତ ଜଳ ଓ ସ୍ବାସ୍ଥ୍ୟ ସେବାର ଅଭାବ । ସେହିପରି କେନ୍ଦୁଝର ସଦର ବ୍ଳକର ପଦ୍ମପୁର ଗ୍ରାମର କୁରୁଡ଼ୁ ସାହି ବାସିନ୍ଦା ମହିଳା ନନ୍ଦି ମୁଣ୍ଡାଙ୍କର ମୃତ୍ୟୁ ନିକଟରେ କେନ୍ଦୁଝର ମେଡିକାଲ କଲେଜରେ ହେଲା, ଯାହାର କାରଣ ଥିଲା ଅପପୃଷ୍ଟି । ତାର ପରିବାରର ସସସ୍ତ ସଭ୍ୟ ଅପପୃଷ୍ଟିର ଶିକାର ହୋଇଛନ୍ତି । ଏଣୁ ଏ ରାଜ୍ୟରେ କେତେ ଯେ ସମସ୍ୟାବହୁଳ ନଗଡ଼ା ରହିଛି ତାର ସୀମା ନାହିଁ ।
କେନ୍ଦୁଝର ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ । ଜିଲ୍ଲାରେ ୨୨୯ ଟି ଡାକ୍ତର ପଦବୀ ମଞ୍ଜୁରପ୍ରାପ୍ତ । ଏବେ ସେଥିମଧ୍ୟରୁ ୮୮ ଟି ପଦବୀ ଖାଲି ପଡ଼ିଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମଞ୍ଜୁରପ୍ରାପ୍ତ ୫୨ ଟି ଡାକ୍ତର ପଦବୀରୁ ୨୩ଟି ପଦବୀ ଖାଲି ପଡ଼ିଛି । ଅର୍ଥାତ ଜିଲ୍ଲାର ୧୮ଲକ୍ଷ ଲୋକଙ୍କ ପାଇଁ ମାତ୍ର ୧୪୧ଟି ସରକାରୀ ଡାକ୍ତର ରହିଛନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ କେନ୍ଦୁଝର ପଛରେ ରହିଛି । କେନ୍ଦୁଝର ଜିଲ୍ଲାରେ ୧୯ଟି ପ୍ରାଇମେରୀ ସ୍କୁଲରେ ଆଦୌ ଶିକ୍ଷକ ନଥିବା ବେଳେ ୩୮୦ଟି ପ୍ରାଇମେରୀ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ୩୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ରହିବା କଥା । ସେହିପରି କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜରେ ମଞ୍ଜୁରପ୍ରାପ୍ତ ପଦବୀ ୬୪ ଥିବା ବେଳେ ଏଠାରେ ମାତ୍ର ୨୦ଜଣ ଶିକ୍ଷକ ରହିଛନ୍ତି ।
ଏବେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଯାଇ ସୁନାର କେନ୍ଦୁଝର କରିବା ପାଇଁ ବୃହତ ଶିଳ୍ପର ସ୍ବପ୍ନ ଦେଖାଇ ଆସିଲେ । ସ୍ୱପ୍ନରେ
ବାସ୍ତବତା କେତେ ତାହା ସମୟ କହିବ । ଏଠାରେ ଉଲ୍ଲେଖ ଯୋଗ୍ୟ କେନ୍ଦୁଝରର ଚମ୍ପୁଆ ନିର୍ବାଚନ ମଣ୍ଡଳୀର କାନପୁର ବୃହତ
ଜଳସେଚନ ପ୍ରକଳ୍ପର ପୂର୍ଣାଙ୍ଗ ପାଇଁ ଏହି ଯୋଜନାରେ ଟଙ୍କାଟିଏ ଅନୁଦାନ ରହିଲା ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି
ପୂର୍ବତନ ମୁଖପାତ୍ର ପ୍ରଶାନ୍ତ ଶତପଥୂ ଉପସ୍ଥିତ ଥିଲେ ।