ସରକାରୀ ଜମିରେ ବେଆଇନ ନିର୍ମାଣକୁ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଭେଟିଲେ ଏସବିଏଲ୍‌, ସବୁଜ ବାହିନୀ ଟିମ୍ ଏବଂ ଲାଠି ଗ୍ରାମବାସୀ।

0
Spread the love


ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠୀ ଗ୍ରାମ ଗୌଡ଼ ସାହିରେ ଏକ ପ୍ରାଥମିକ ବିିଦ୍ୟାଳୟ ରହିଛି । ସ୍କୁଲରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏତେସଂଖ୍ୟକ ପିଲାଙ୍କ ଲାଗି ରୋଷେଇ ଘର ଓ ଖେଳ ପଡ଼ିଆ ନଥିବାରୁ ଗ୍ରାମବାସୀ ତଥା ଅଭିଭାବକ ମାନେ ବ୍ଲକ କର୍ତ୍ତୃପକ୍ଷ ତଥା ବିଧାୟକଙ୍କୁ ଅବଗତ କରିଥିଲେ । ଏହାପରେ ବ୍ଲକ ଉନ୍ନୟନ କର୍ତ୍ତୃପକ୍ଷ ଉକ୍ତ ସ୍କୁଲ ପାଶ୍ୱର୍ରେ ଥିବା ଏକ ସରକାରୀ ଜମି ଯାହାର (ଖାତାନଂ-୬୮୧ ଓ ପ୍ଲଟନଂ ୧୭୯୮,୧୭୯୯)ରେ ରୋଷେଇ ଗୃହ, ଇ-ଲାଇବ୍ରେରୀ ନିର୍ମାଣ ଲାଗି ୨୦୨୩-୨୪ ଆର୍ଥିକ ବର୍ଷରେ ୨ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କରିଥିଲେ । ଏହାର ଫଳକ ଲଗାଯାଇ ସେଠାରେ କାମ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ କୌଣସି କାରଣରୁ ବର୍ତ୍ତମାନ ନିର୍ମାଣ ହୋଇନାହିଁ । କିନ୍ତୁ ବର୍ତ୍ତମାନ ସେଠାରେ ଗାଁର ଜଣେ ମୁଷ୍ଟିମେୟ ବ୍ୟକ୍ତି ବେଆଇନ ଦଖଲ କରି ନିଜ ସୁବିଧା ଲାଗି ଦୋକାନ ଗୃହ ନିର୍ମାଣ କରୁଛନ୍ତି । ଗ୍ରାମବାସୀ ଏହାକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବରଙ୍କୁ ଅବଗତ କରିଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ତହସିଲଦାରଙ୍କୁ ଅବଗତ କରିଥିଲେ । ହେଲେ ସେଠାରୁ ନିରାଶ ହେବାରୁ ବ୍ରହ୍ମପୁର ଭୀମରାଓ ପେଟାସ୍ଥିତ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସବିଏଲ୍‌) ଏନଜିଓ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ଗ୍ରାମବାସୀଙ୍କ ଠାରୁ ସମସ୍ତ ଘଟଣା ସମ୍ପର୍କରେ ଅବଗତ ହୋଇସାରିବା ପରେ ଏସବିଏଲ୍ ଏନଜିଓ ସଭାପତି, ସବୁଜ ବାହିନୀ ବ୍ରହ୍ମପୁର ସଭାପତି ଏବଂ ସଦସ୍ୟ ମାନେ ଗ୍ରାମବାସୀଙ୍କ ସହ ମିଶି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଜଣାଇବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସୁବ୍ରତ ଶତପଥୀଙ୍କୁ ଦାବିପତ୍ର ଦେଇଥିଲେ। ଡେପୁଟି କଲେକ୍ଟର ତୁରନ୍ତ ଏହାର ସମାଧାନ ଲାଗି ପଦକ୍ଷେପ ନେବେ ବୋଲି କହିଛନ୍ତି। ଜାଣିବାକୁ ମିଳିଛି ଯେ କୁକୁଡ଼ାଖଣ୍ଡି ତହସିଲ ଅଫିସରେ ମନମୁଖୀ ଶାସନ ଚାଲିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବି ସେମାନଙ୍କ ଭୟ ନାହିଁ, ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତି ରେ ଲିପ୍ତ ଏବଂ ସେମାନେ ସର୍ବସାଧାରଣଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ, ସେମାନଙ୍କୁ ହଇରାଣ କରୁଛନ୍ତି, ଯାହା ଲୋକେ RDC ଅଫିସ ରେ ପ୍ରଧାନ ଆଜ୍ଞା ଙ୍କୁ ମଧ୍ୟ ଜଣାଇଛନ୍ତି ଆଜି। ଏହି ପରିପ୍ରେକ୍ଷୀରେ ଏସବିଏଲ୍ ଏନଜିଓର ସଭାପତି ତଥା ମାନବାଧିକାର କର୍ମୀ ରବୀନ୍ଦ୍ର କୁମାର ମିଶ୍ର, ସମ୍ପାଦକ ଉମାଶଙ୍କର ସାହୁ, ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ମେମ୍ବର ରବୀନ୍ଦ୍ର ସାହାଣୀ, ଏସବିଏଲ୍ ମେମ୍ବର ମଧ୍ୟରୁ ପ୍ରଦୀପ ଖଟେଇ, ଏନ୍. ସଞ୍ଜୀବ ରତ୍ନ, ଖଗେଶ୍ ନାୟକ, ଡି. ପାର୍ବତୀ ରେଡ୍ଡୀ, ପୂର୍ଣ୍ଣ ପଣ୍ଡିତ, ରବୀନ୍ଦ୍ର ଗୌଡଙ୍କ ସମେତ ଲାଠି ଗ୍ରାମବାସୀ ଅରୁଣ ଗୌଡ଼, ରମେଶ ଚନ୍ଦ୍ର ଗୌଡ଼, ଅଜିତ କୁମାର ଗୌଡ଼, ମନୋଜ କୁମାର ବିଶ୍ୱାଳ, ମହେନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *