ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ।

0
Spread the love

ପୁରୀ(ରବୀନ୍ଦ୍ର କୁମାର):-ଓଡିଶା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ସଂଘ, ପୁରୀ ଜିଲ୍ଲା ତରଫରୁ ଆଜି ଜିଲ୍ଲା ଶିକ୍ଷାଧିକାରୀ ତଥା ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କୁ ୨ ଦଫା ଦାବୀ ଉପସ୍ଥାପନ ପୂର୍ବକ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ପାଇଁ ଦାବୀ ପତ୍ର ପ୍ରଦାନ କରାଗଲା। ପୁରୀ ଜିଲ୍ଲାର ସମସ୍ତ ବ୍ଲକ ରୁ ଆସିଥିବା ପ୍ରାୟ ୧୦୦ ରୁ ଉର୍ଦ୍ଧ ଶିକ୍ଷକ ଏଥିରେ ସାମିଲ ହୋଇଥିଲେ।
ଦୁଃଖ ଓ ପରିତାପର ବିଷୟ ଏହିକିଯେ ପୂର୍ଵ ସରକାରଙ୍କର ସମସ୍ତ ଠିକା କର୍ମଚାରୀ ନିୟମିତ ପ୍ରକ୍ରିୟା ୨୦୨୨ ଅନୁଯାୟୀ ୨୦୧୩ ପୂର୍ବ ନିୟମରେ ନିଯୁକ୍ତି ପାଇ ନିୟମିତ ହୋଇଥିବା ଶିକ୍ଷକ ମାନେ ସେମାନଙ୍କର ନିଯୁକ୍ତି ବର୍ଷ ଅନୁସାରେ କ୍ୟାଡ଼ରରେ ଅନ୍ତର୍ଭୁକ୍ତ ହୋଇ ସିନିୟର ଏସ ଈ ଏସ କୁ ପ୍ରମୋସନ ହେବା କଥା।କିନ୍ତୁ ବିଡମ୍ବନାର କଥା ହେଲା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଭୁବନେଶ୍ୱର, ଉକ୍ତ କଥା କୁ ବିଚାରକୁ ନ ନେଇ ତର ତର ହୋଇ କାହାର ପ୍ରରୋଚନାରେ 1073 ଶିକ୍ଷକ ଙ୍କୁ ପ୍ରମୋସନ ଦେବା ପାଇଁ ଚିଠି କରିଛନ୍ତି, ଯାହା ନିୟମ ବିରୋଧୀ କାରଣ ଗ୍ରେଡ଼ସନ ଲିଷ୍ଟ ବାହାର ନକରି ଆପତ୍ତି ଅଭିଯୋଗ ଗ୍ରହଣ ନକରି ଏହା କରାଯାଇ ପାରିବ ନାହିଁ। ଏହି ଗ୍ରେଡେସନ ଲିଷ୍ଟ ଜୁନ ୨୦୨୨ ମସିହାରେ ପ୍ରକାଶିତ ହୋଇଥିଲା। ଏହା ବାରମ୍ବାର ସମସ୍ତ ଉଚ୍ଚ ପଦାଧିକାରୀ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ।ଏଥିପାଇଁ ଶିକ୍ଷକ ମହଲରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି। ସରକାରଙ୍କୁ କାଠଗଡା କୁ ନେବାରେ ଏବଂ ନିର୍ଦ୍ଦିଷ୍ଟ ଶିକ୍ଷକ ଙ୍କୁ ସାହାଯ୍ୟ କରିବାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମନମୁଖୀ କାର୍ଯ୍ୟ କରିବା କୁ ପଛାଉ ନାହାନ୍ତି। ଏଥିପାଇଁ ବ୍ୟାପକ ଟଙ୍କା କାରବାର ହୋଇଥିବାର ଖବର ଘୁରିବୁଲୁଛି।ଏହି ସବୁ କଥାକୁ ଧ୍ୟାନ ଦେବାକୁ ସରକାର ଙ୍କୁ ଶିକ୍ଷକ ସଂଘ ତରଫରୁ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଉଛି।

Leave a Reply

Your email address will not be published. Required fields are marked *