ନୋଡାଲ ସଚିବ ଙ୍କ ପୁରୀ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା।

0
Spread the love

ପୁରୀ(ରବୀନ୍ଦ୍ର କୁମାର):-ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଓ ଜନ କଲ୍ୟାଣ କାରୀ ଯୋଜନା ଗୁଡିକ ର ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି ନୋଡାଲ ସଚିବ ଭାବେ ଜିଲ୍ଲା ଦାୟିତ୍ୱ ରେ ଥିବା ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ।ଦୁଇ ଦିନିଆ ପୁରୀ ଜିଲ୍ଲା ଗସ୍ତରେ ଥିବା ପ୍ରମୁଖ ସଚିବ ଶ୍ରୀ ବଶିଷ୍ଠ ପ୍ରଥମ ଦିନରେ ବିଭିନ୍ନ ବ୍ଲକ ର କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ପ୍ରକଳ୍ପ ଦେଖି ଥିଲେ।ଅଧିକାରୀ ଓ ହିତାଧିକାରୀଙ୍କ ସହ ସେ ଆଲୋଚନା ମଧ୍ୟ କରିଥିଲେ।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ବଶିଷ୍ଠ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଗ୍ରାମ୍ୟ ଜଳ ଯୋଗାଣ ଓ ପରମଳ ବିଭାଗ, ରାଜସ୍ୱ, ପଞ୍ଚାୟତାରାଜ ବିଭାଗର ଆବାସ ଯୋଜନା, ଶିକ୍ଷା, ୱାଟକୋ, ସାମାଜ କଲ୍ଯାଣ,ମଙ୍ଗଳ ବିଭାଗ, ପୁରୀ ପୌରପାଳିକା,ଯୋଗାଣ ବିଭାଗ,ବିଦ୍ୟୁତ ବିଭାଗ, ସାମାଜିକ ସୁରକ୍ଷା, ସମବାୟ ବିଭାଗ,ଶିଳ୍ପ କେନ୍ଦ୍ର, ଅଭିଯୋଗ ଶୁଣାଣୀ,ମତ୍ସ୍ୟ ଇତ୍ୟାଦି ବିଭାଗର ସମୀକ୍ଷା କରିଥିଲେ। ଯଦିଓ ଜିଲ୍ଲାର ପ୍ରଦର୍ଶନ ଭଲ ରହିଛି ତେବେ ଅଧିକ ପରିଶ୍ରମ କରି ଏହାକୁ ଆଗକୁ ନେବାକୁ ସେ ପରାମର୍ଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଡିଏଫଓ ବିବେକ କୁମାର,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଡିଏମଓ ଡା ରୂପଭାନୁ ମିଶ୍ର,ଯୋଜନା ଓ ପରିସଂଖ୍ୟାନ ବିଭାଗର ଯୁଗ୍ମ ନିର୍ଦେଶକ ଶ୍ରୀଧର ସେଠୀ,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *