୧୪ ବର୍ଷରୁ କମ୍ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ବାଳକ ବାଳିକା ଖୋ ଖୋ ପ୍ରତିଯୋଗିତା ଉଜ୍ଜାପିତ ।

0
Spread the love

ପୁରୀ(ରବୀନ୍ଦ୍ର କୁମାର):-ପୁରୀ ଜିଲ୍ଲା ସ୍କୁଲ୍ ଠାରେ ଆରମ୍ଭ ହୋଇଥିବା ୧୪ ବର୍ଷରୁ କମ୍ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଜ୍ଜାପିତ ହୋଇଅଛି । ଏଥିରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପିନାକ ମିଶ୍ର ଯୋଗଦାନ କରି ଏହାର ଉଦ୍ଜାପନ ଘୋଷଣା କରିଥିଲେ ଓ ବାଳକ ବିଭାଗର ଚାମ୍ପିଅନ ପୁରୀ ଜିଲ୍ଲା ଓ ରନର୍ସପ୍ ହୋଇଥିବା କଟକ ଜିଲ୍ଲା ତଥା ବାଳିକା ବିଭାଗର ଚାମ୍ପିଅନ ଭୁବନେଶ୍ଵର ଓ ରନର୍ସପ୍ ହୋଇଥିବା ଗଞ୍ଜାମ ଜିଲ୍ଲାକୁ ଟ୍ରଫି ପ୍ରଦାନ କରିଥିଲେ । ଏତଦବ୍ୟତୀତ ଆସନ୍ତା କାଲି ହେବାକୁ ଥିବା ୧୭ ବର୍ଷରୁ କମ୍ ବାଳକ ବାଳିକା ଖୋ ଖୋ ପ୍ରତିଯୋଗିତାର ଆରମ୍ଭ ଘୋଷଣା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଖୋ ଖୋ କ୍ରୀଡ଼ା ସଂଗଠନର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥ, ସହକାରୀ ନିର୍ଦ୍ଦେଶକ, ଶାରୀରିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ଜ୍ୟୋତି ପ୍ରସାଦ ପରିଡ଼ା, ପ୍ରାକ୍ତନ ଅତିରିକ୍ତ ସହକାରୀ ନିର୍ଦେଶକ ଶାରୀରିକ ଶିକ୍ଷା ବିଭାଗ, କୈଳାସ ଚନ୍ଦ୍ର ପ୍ରଧାନ, ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସମୂହ ଶାରୀରିକ ଶିକ୍ଷା ଅଧିକାରୀ ବିଦ୍ୟାଧର ପ୍ରଧାନ ଓ ବଟକୃଷ୍ଣ ଜେନା ପ୍ରଭୃତି ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଦ୍ବାରା ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିଲେ । ପୁରୀ ଜିଲ୍ଲା ସ୍କୁଲ୍ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ପୁରୀ ଜିଲ୍ଲା ବିଦ୍ୟାଳୟ ସମୂହ ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ସାମଗ୍ରିକ ରୂପେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *