ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟରେ ଓଡ଼ିଶାର ଦୁଇ ଦଶନ୍ଧିର ପ୍ରଗତିକୁ ପ୍ରଶଂସା : ବିଜେଡି

0
Spread the love

ଭୁବନେଶ୍ବର: ନିକଟରେ ପ୍ରକାଶିତ ହୋଇଥିବା ପ୍ରଧା ଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟରେ ଦିଆଯାଇଥିବା ବିବରଣୀକୁ ଦର୍ଶାଇ, ବିଜୁ ଜନତା ゆゆの ପକ୍ଷରୁ ଆୟୋ ୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ତଥା ବିଜେଡି ସଭାପତିଙ୍କ ରାଜନୈ ନନୈତିକ ସଚିବ ଶ୍ରୀ ସଂତୃପ୍ତ ମିଶ୍ର କହିଥିଲେ, ଗତ ଦୁଇ ଦଶନ୍ଧିରେ ଓଡିଶା ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି, ଯାହା ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ । ଏହି ରିପୋର୍ଟ ବିଜୁ ଜନତା ଦଳ ଦ୍ବାରା ପ୍ରସ୍ତୁତ ରିପୋର୍ଟ ନୁହେଁ, କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରସ୍ତୁତ ରିପୋର୍ଟ ଓ ଏଥିରେ ରେ ଓଡ଼ିଶାର ଦୁଇ ଦୁଇ ଦଶନ୍ଧିର ସଫଳତାକୁ ଭୂରି ଭୁରି ପ୍ରଶଂସା କରାଯାଇଛି। ନବୀନ ପଟ୍ଟନାୟକଙ୍କ ଚବିଶ ବର୍ଷର ଶାସନ କାଳରେ ରାଜ୍ୟରେ ରେ କୌଣସି ଆଖଦୃଶିଅ ଆ ବିକାଶ ହୋଇନାହିଁ ବୋଲି ବିଜେପି ତରଫରୁ ଲଗାତର ଭାବେ କରାଯାଉଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ ।

ଶ୍ରୀ ମିଶ୍ର କହିଥିଲେ, ମୁଣ୍ଡ ପିଛା ଆୟ ବୃଦ୍ଧି କ୍ଷେତ୍ରରେ, ବିଗତ ଦୁଇ ଦଶନ୍ଧିରେ ଭାରତର ସମସ୍ତ ରାଜ୍ୟମାନଙ୍କ ତୁଳନାରେ ଓଡିଶାର ଅଭିବୃଦ୍ଧି ହାର ସର୍ବାଧିକ । ଏହି ଅଭିବୃଦ୍ଧି ଓଡିଶା ସରକାରଙ୍କ ସରକାରଙ୍କ ପାରଦର୍ଶୀ ନୀତି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ରିପୋର୍ଟରେ କୁହାଯାଇଛି । ଛି । ରାଜ୍ୟର ଆପେକ୍ଷିକ ମୁଣ୍ଡ ପିଛା ଆୟ ଯାହା ୨୦୦୦ ମସିହାରେ ୫୫% ଥିଲା, ତାହା ୨୦୨୪ ののの ଳକୁ ୮୮%କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଦେଶର ଜିଡିପିକୁ ବଡ଼ ବଡ଼ ରାଜ୍ୟମାନଙ୍କ ଅବଦାନ କମିଥିବା ବେଳେ ଓଡ଼ିଶାର ଅବ ଅବଦାନ ଲଗାତାର ବୃଦ୍ଧି ପାଇଛି। ୨୦୦୦-୦୧ରେ ଦେଶର ଜିଡିପିକୁ ଓଡ଼ିଶାର ଅବଦାନ ୨.୩% ରହିଥିବା ବେଳେ ୨୦୨୩-୨୪ ବେଳକୁ କୁ ଏ ଏହା ୨.୮%କୁ ବୃଦ୍ଧି ପାଇଛି। ଅପରପକ୍ଷରେ, ପଞ୍ଜାବର ଅବଦାନ ୩.୯%ରୁ ୨.୪%କୁ, ମହାରାଷ୍ଟ୍ରର ଅବଦାନ ୧୪%ରୁ ୧୩.୩%କୁ, ଦିଲ୍ଲୀର ଅବଦାନ ୩.୭%ରୁ ୩.୬%କୁ, ପଶ୍ଚିମବଙ୍ଗର ଅବଦାନ ୮.୨%ରୁ ୫.୬%କୁ, ଉତ୍ତର ପ୍ରଦେଶର ଅବଦାନ ୧୦.୯% ରୁ ୯.୫%କୁ ଖସିଛି ବୋଲି ରିପୋର୍ଟରେ ଦର୍ଶଯାଇଛି। ଏହି ରିପୋର୍ଟରେ ଓଡ଼ିଶାର ଅଭିବୃଦ୍ଧିକୁ ଏକ ବଡ଼ ଉପଲବ୍ଧି ବୋଲି ଦର୍ଶାଯାଇଛି ।

ଶ୍ରୀ ମିଶ୍ର ଆହୁରି କହିଥିଲେ, ୨୦୦୦ ମସିହାରେ ନବୀନ ବାବୁ ରାଜ୍ୟ ଶାସନ ଦାୟିତ୍ଵ ନେବା ସମୟରେ ଓଡ଼ିଶାର ଆର୍ଥିକ ସ୍ଥିତି ଦେବାଳିଆ ସ୍ଥିତିରେ ଥିଲା । ସେହି ସମୟରେ ରିଜର୍ଭ ବ୍ୟାଙ୍କ ପାଖରେ ଓଡ଼ିଶାର ପ୍ରାୟ ୧୪୪ କୋଟି କାଟି ଟଙ୍କାର ଓଭର ଡ୍ରାଫ୍ଟ ଥିଲା। ରିଜର୍ଭ ବ୍ୟାଙ୍କ ଏହି ଓଭର ଡ୍ରାଫ୍ଟକୁ ଆଉ ଅଧିକ କରିବା ପାଇଁ ଅନୁମତି ଦେଇନଥିଲେ, ଯାହା ଫଳରେ ରାଜ୍ୟ ସରକାରଙ୍କ ନିକଟରେ କାର୍ଯ୍ୟରତ ପ୍ରାୟ ଛଅ ଲକ୍ଷ କର୍ମଚାରୀ ଓ ପେନସନ ଧାରୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ବିଳମ୍ବ ହେଉଥିଲା। ୨୦୦୦ ମସିହାରେ ଏକ ଦେବାଳିଆ ରାଜ୍ୟ ଭାବେ ପରିଚୟ ପାଇଥିବା ଓଡିଶା, ନବୀନ ବାବୁଙ୍କ ନେତୃତ୍ୱରେ ଆର୍ଥିକ ଶୃଙ୍ଖଳା, ପ୍ରଶାସନିକ ପାରଦର୍ଶିତା ଓ ନୂତନ ଶିଳ୍ପ ଶିଳ୍ପ ନୀତି ମାଧ୍ଯମରେ ଓଡିଶା ଏକ ରାଜସ୍ଵ ରାଜସ୍ଵ ନିଅଣ୍ଟ ରାଜ୍ୟରୁ ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇପାରି ପାରିଥିଲା । ୨୦୦୦ ମସିହାରେ ଓଡିଶା ୧୮,୦୦୦ କୋଟି ଟଙ୍କାର ରାଜସ୍ୱ ନିଅଣ୍ଟ ଥିଲାବେଳେ ୨୦୨୪ ବେଳକୁ ୪୮,୦୦୦ କୋଟି ଟଙ୍କାର ରାଜସ୍ବ ବଳକା ହୋଇଛି | ସେ ସେହିପରି, ରାଜ୍ୟର ମୁଣ୍ଡ ପିଛା ଆୟ ମାତ୍ର ९०,१९ ୨୧୧ ଟଙ୍କା ଥିଲାବେଳେ ଏହା ୨୦୨୪ ବେଳକୁ ଏହା ୧, ୬୧, ୪୩୭ ଟଙ୍କାକୁ ବୃଦ୍ଧି ପାଇଛି।

୨୦୦୦ ମସିହାରେ ଓଡ଼ିଶାର ସତୁରି ଭାଗ ଲୋକ ଗରିବ ସୀମା ସୀମାରେଖା ତଳେ ଥିଲେ, ଯାହା ୨୦୨୪ ବେଳକୁ ମାତ୍ର ଦଶ ପ୍ରତିଶତକୁ ଖସି ଆସିଛି । ୨୦୦୦ ମସିହାରେ ରାଜ୍ୟର ଜିଡିପି ୪୬,୭୫୬ କୋଟି ଟଙ୍କା ଥିଲାବେଳେ ଏହା ୨୦୨୪ ବେଳକୁ ୮.୩ ଲକ୍ଷ କୋଟି ののの ପହଁଚିଛି । ରାଜ୍ୟରେ ରାଜ୍ୟରେ ଧାନ ଉତ୍ପାଦନ ୨୦୦୦ ମସିହାରେ ୪୬.୧୪ ଲକ୍ଷ ମେଟ୍ରିକ ଟନ ଥିଲାବେଳେ ଳେ ଏହା ୨୦୨୪ରେ ୧୦୧.୩୦ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । । ସେହିପରି ରାଜ୍ୟରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ ଟନରୁ ୧୦.୫୨ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି ଓ ଓଡିଶା ଦେଶର ଚତୁର୍ଥ ବୃହତ ମାଛ ଉତ୍ପାଦନ ରାଜ୍ୟ ଭାବେ ପରିଗଣିତ ହୋଇଛି। ରାଜ୍ୟରେ ଅଣ୍ଡା ଉତ୍ପାଦନ ୭୩୦ ନିୟୁତରୁ ୩୪୭୫ ନିୟୁତକୁ ବୃଦ୍ଧି ପାଇଛି । ଓଡିଶା ୨୦୦୦ ମସିହାରେ ୩୮୭ କୋଟି ଟଙ୍କାର ର ରପ୍ତାନି କରୁଥିବା のののか ୨୦୨୩-୨୪ରେ ଏହା ୧, ୬୫, ୨୧୧ କୋଟି ଟଙ୍କାରେ ପହଁଚିଛି ଓ ଓଡିଶା ଦେଶର ସପ୍ତମ ଶ୍ରେଷ୍ଠ ରପ୍ତାନୀକାରୀ ରାଜ୍ୟର ମାନ୍ୟତା ପାଇଛି। ୨୦୦୦ ମସିହାରେ 旬の ଗୋଟିଏ ବିମାନବନ୍ଦର କାର୍ଯ୍ୟକ୍ଷମ ଥିଲାବେଳେ ୨୦୨୪ରେ ଛଅଟି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରିଛି । ସେହିପରି ରାଜ୍ୟରେ ବନ୍ଦର ସଂଖ୍ୟା ଏକରୁ ତିନିକୁ ବୃଦ୍ଧି ପାଇଛି ବୋଲି ଶ୍ରୀ ମିଶ୍ର କହିଥିଲେ ।

୨୦୦୦ ମସିହାରେ ଓଡ଼ିଶାର ବଜେଟ ମାତ୍ର ୧୦,୦୦୦ କୋଟି ଟଙ୍କା ଥିଲାବେଳେ ୨୦୨୩ ବେଳକୁ ଏହା ୨.୫୫,୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା । ବର୍ତ୍ତମାନର ସରକାର ୨,୬୫,୦୦୦ କୋଟି ଟଙ୍କାର ବଜେଟ ଆଣିଛନ୍ତି ଯାହା ପୂର୍ବ ବର୍ଷ ବଜେଟ ଠାରୁ ମାତ୍ର ୩.୭୭% ଅଧିକ । କିନ୍ତୁ ଏହା ପନ୍ଦର ପ୍ରତିଶତ ଅଧିକ ବୋଲି କୁହାଯାଉଛି, ଯାହା ସତ୍ୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଥିଲେ । ସେ ଆହୁରି କହିଥିଲେ, ଚବିଶ ବର୍ଷରେ ବିଜେଡି ସରକାର ୭୪,୦୦୦ କୋଟି ଟଙ୍କା ଋଣ କରିଥିବା ବେଳେ ବିଜେପି ସରକାର ପ୍ରଥମ ବର୍ଷରେ ୪୪, ୦୦୦ କୋଟି କୋଟି ଋଣ ପାଇଁ ଯୋଜନା କରିଛନ୍ତି । ଏହିପରି ରଣ କଲେ, ଆଗାମୀ ପାଞ୍ଚ ବର୍ଷରେ ଏହି ଋଣ ପରିମାଣ ୩ ଲକ୍ଷ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ସ୍ପଷ୍ଟ ଯେ, ଗତ ଦୁଇ ଦଶନ୍ଧିରେ ଓଡିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ସୁଦୃଢ଼ ରଖ୍ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ଅନୁକୂଳ ବାତାବରଣର ଆବଶ୍ୟକତା ରହିଛି। ତେଣୁ ରାଜ୍ୟର ଅଭିବୃଦ୍ଧିକୁ ବଜାୟ ରଖିବାକୁ ହେଲେ କେବଳ ନାମ ଓ ରଙ୍ଗ ପରିବର୍ତନରେ ସୀମିତ ନ ରହି ନବୀନଙ୍କ ଯୋଜନାକୁ ଆଗେଇ ନେଲେ ରାଜ୍ୟ ପ୍ରଗତି ଜାରି ରହିବ ।

Leave a Reply

Your email address will not be published. Required fields are marked *