ବିଶ୍ୱାସ ସେବିକା ମହାବିଦ୍ୟାଳୟରେ ସ୍ତନ୍ୟପାନ ସପ୍ତାହ ପାଳନ।
ଭୁବନେଶ୍ଵର:-ଭୁବନେଶ୍ଵର ନିକଟସ୍ଥ ଛତାବରଠାରେ ଥିବା ରାଜ୍ୟର ପ୍ରମୁଖ ବିଶ୍ୱାସ ନର୍ସିଂ କଲେଜରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍ତନ୍ୟ ପାନର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବାରେ ସେମାନଙ୍କର ଉତ୍ସ୍ ର୍ଗୀ କୃତ ଏବଂ ଦଳଗତ କାର୍ଯ୍ୟ ପ୍ରଦର୍ଶନ କରିଥିଲେ। ମହାବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏବଂ ଅଧ୍ୟାପକଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ସ୍ତନ୍ୟ ପାନର ଗୁରୁତ୍ବ ଓ ଉପକାରିତା ଉପରେ ସଙ୍ଗୀତଗାନ, ରୋଲ୍ ପ୍ଲେ , ପୋଷ୍ଟର ଉପସ୍ଥାପନ ଦ୍ଵାରା ଦର୍ଶାଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ, ଡ ପ୍ରଜ୍ଞାନ ରଞ୍ଜନ ଘଡେଇ ଏବଂ ସଂପାଦିକା ଶ୍ରୀମତୀ ନନ୍ଦିନୀ ଘଡେଇ ଙ୍କ ମୂଲ୍ୟବାନ ସାହାଯ୍ୟ ସହୋଜୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପାଦିତ ହୋଇଥିଲା।