ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।

0
Spread the love

ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଫୋଟୋ ଗଞ୍ଜାମ ବ୍ଳକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ରଘୁନାଥପୁର ଗ୍ରାମ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ( ସମରଝୋଳ)ଦ୍ବାରା ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଶିକ୍ଷକ ଶ୍ରୀଯୁକ୍ତ ଗଣେଶ ଦଳବେହେରାଙ୍କସଭାପତିତ୍ବରେ ଅନୁଷ୍ଠିତ ଶିବିରରକୁ ଗଞ୍ଜାମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନଉଦଘାଟନ କରିଥିଲେ l
,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରଥ ପ୍ରଧାନ ଓ ରାମଗଡ଼ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିକ୍ରମ ବେହେରା ଉପସ୍ଥିତ ଥିଲେ l
ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସସ୍ମିତା ମହାରଥୀ,ପୂର୍ବତନ ନାଏବ ସରପଞ୍ଚ କାମେଶ୍ଵର ପଲାଇ, ସୁନୀଳ ପ୍ରଧାନଙ୍କ ସହିତ ବିବେକାନନ୍ଦ ବିଦ୍ୟାମନ୍ଦିରର ପ୍ରମୋଦ କୁମାର ବାରିକ, ଦୀପା ସାହୁ, ସ୍ବପ୍ନାରାଣୀ ପାତ୍ର, ରୂପାଲି ମୁଦୁଲି, ସନ୍ଧ୍ୟା ପ୍ରଧାନ, ରାକେଶ ଛୋଟରାୟ, ଦେବାଶିଷ ବେହେରା,ମାମାଲି ସାହୁ, ଜାଗୃତି ସାହୁ, ବିଦେଶିନୀ ମାଳୀ, ପୂଜା ସ୍ବାଇଁ , ଅଞ୍ଜନା ମୁଦୁଲି ଆଦି ସମସ୍ତ ଗୁରୁଜୀ ଗୁରୁମାଆ ମାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।ଏହି ଶିବିରରେ ୫୦ ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ଓ ୨୦ ଜଣ ପରଳଥିବା ବ୍ୟକ୍ତିମାନଙ୍କର ଅପରେସନ ନିମନ୍ତେ ଶଙ୍କର ଚକ୍ଷୁ ଚିକିତ୍ସାଳୟ (ସମରଝୋଳ)କୁ ସ୍ଥାନାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *