କେନ୍ଦୁଝର ଜିଲ୍ଲା ରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ।

0
Spread the love

କେନ୍ଦୁଝର:- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତିନିଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ ସରକାରଙ୍କ ଶହେ ଦିନ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ଲୋକମତ, ଲୋକହିତ ଓ ଲୋକସ୍ୱାର୍ଥ ହିଁ ସର୍ବୋପରି।

କେନ୍ଦୁଝରର ବିକାଶ ପାଇଁ ଆଜି ୯୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦୁଝର ଜିଲ୍ଲାରେ ଗମନାଗମନ, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ରେଳ ବିକାଶ ସମେତ ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ଚଳିତ ବର୍ଷ ଧରଣୀଧର ମେଡ଼ିକାଲ କଲେଜରେ ଟ୍ରମା କେୟାର କେନ୍ଦ୍ର ନିଶ୍ଚିତ ଭାବେ ଖୋଲାଯିବ।

ଦୀର୍ଘ ୪୦ ବର୍ଷ ଧରି ଅସଂପୂର୍ଣ୍ଣ ଥିବା କାନୁପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଆମ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉତ୍ତର ଓଡ଼ିଶା ବିକାଶ ପରିଷଦ ମଧ୍ୟ ଗଠନ କରାଯାଇଛି। ଏହା ସଂପୃକ୍ତ ଜିଲ୍ଲାଗୁଡ଼ିକର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ। କେନ୍ଦୁଝରରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚାଲିଲା। ଆଗାମୀ ଦିନରେ କେନ୍ଦୁଝରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଟ୍ରେନ୍‌ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *