ବ୍ୟାଙ୍କ ଭିତରେ ଖଣ୍ଡାଧରି ଆତଙ୍କ ସୃଷ୍ଟି କଲେ ଯୁବକ।
ଢେଙ୍କାନାଳ :-କାମାକ୍ଷାନଗର ଥାନା ମୁକ୍ତାପଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରେ ଯୁବକ ଙ୍କ ଆତଙ୍କ ରାଜ l ହାତରେ ଖଣ୍ଡା ଧରି ଯୁବକ ଙ୍କ ଉନ୍ମୁତକାଣ୍ଡ l ଅଟକାଇବାକୁ ଯାଇ ବ୍ୟାଙ୍କ ର ସିକ୍ୟୁରିଟି ଗାର୍ଡ ଆହତ l ସୂଚନା ଅନୁସାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ମୁକ୍ତାପଶି ଶାଖା ରେ ସବୁଦିନ ପରି ଆଜି ବ୍ୟାଙ୍କ କାମ ଜାରି ରହିଥିବା ବେଳେ ଜଣେ ଯୁବକ ହଟାତ ହାତରେ ଖଣ୍ଡା ଧରି ବ୍ୟାଙ୍କ ସାମ୍ନାରେ ଆତଙ୍କ ସୃଷ୍ଟି କରିଥିଲେ l ବହୁ ସମୟ ଧରି ଯୁବକ ଜଣକ ହାତରେ ଖଣ୍ଡା ଧରି ବ୍ୟାଙ୍କ ରେ ଉପସ୍ଥିତ ଥିବା ଲୋକ ଓ କର୍ମଚାରୀ ଙ୍କୁ ଭୟଭୀତ କରାଇବା ସହ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିଥିଲେ l ଏହା ଦେଖି ବ୍ୟାଙ୍କ ର ସିକ୍ୟୁରିଟି ଗାର୍ଡ ଯୁବକ ଜଣକୁ ଅଟକାଇବା ପାଇଁ ଯାଇ ଖଣ୍ଡା ଚୋଟ ର ଶିକାର ହୋଇଛନ୍ତି l ସିକ୍ୟୁରିଟି ଗାର୍ଡ ଙ୍କ ହାତର ଆଙ୍ଗୁଳିରେ ଖଣ୍ଡା ଚୋଟ ବାଜିଥିବା ବେଳେ ସେ ଆହତ ହୋଇଛନ୍ତି l ତେବେ ଯୁବକ ଜଣକ କଣ ପାଇଁ ଏଭଳି କାଣ୍ଡ କରିଛନ୍ତି ତାହା ଜଣାପଡିନଥିବା ବେଳେ ନିଶାସକ୍ତ ଅବସ୍ଥାରେ ଏପରି କରିଥିବା ଅନୁମାନ କରାଯାଉଛି l ତେବେ ଯୁବକ ଙ୍କ ଏହି ଉନ୍ମୁକ୍ତକାଣ୍ଡ ଫଳରେ ବ୍ୟାଙ୍କ ରେ ଥିବା ଶତାଧିକ ମହିଳା ଭୟଭୀତ ହୋଇପଡ଼ିଥିବା ଦେଖାଦେଇଛି l ତେବେ ଖବରପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଆତଙ୍କ ସୃଷ୍ଟି କରିଥିବା ଯୁବକ ଜଣକ ଫେରାର ହୋଇଯାଇଛି l