ପରିମଳ ଓ ସ୍ଵାସ୍ଥ୍ୟ ସଚେତନା ସହ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ।

0
Spread the love

ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ରେଶମ ନଗରୀ ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପରିମଳ ଓ ସ୍ଵାସ୍ଥ୍ୟ ସଚେତନା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଆମ ପରିବେଶ ପରିଷ୍କାର ରହିଲେ କୌଣସି ରୋଗ ହେବ ନାହିଁ। ବାସଗୃହ ସଫା ରହିବା ସହ ଘରେ ମାଛି ନରହିଲେ ପତଳା ଝାଡ଼ା, ମଶା ନହେଲେ ମ୍ୟାଲେରିଆ, ଡେଙ୍ଗୁ, ଶ୍ଲୀପଦ ଜ୍ୱର ହେବ ନାହିଁ। ଘର ପାଖ ସଫା ରହିଲେ ସଂବାଳୁଆ, ବିଭିନ୍ନ କିଟ ପତଙ୍ଗ ହେବେନାହିଁ ଓ ମଶା ମାଛି, ମୂଷା ବଂଶ ବୃଦ୍ଧି ହେବ ନାହିଁ, ମୂଷା ମରି ପଡିଲେ ପ୍ଲେଗ ଜ୍ଜର ହେବାର ସମ୍ଭାବନା ଅଧିକ। ପେଟ ସଫା ରହିଲେ ବହୁରୋଗ ଦୂରେଇଯିବ। ଜୀବାଣୁ ନାଶକ ଦ୍ରବ୍ୟ ମିଶାଈ ଘର ଧୋଇବେ ନିମ୍ବ, ନିର୍ଗୁଣ୍ଡି, ଝୁଣା ଧୂପ ଦେବେ। ମନ ସଫା ହେଲେ ବୃକକ୍, ହୃଦ୍ରୋଗ, ସ୍ମୃତିଭ୍ରସ,ରକ୍ତଚାପ ଆଦି ରୋଗ ହେବ ନାହିଁ।କାମ କ୍ରୋଧ, ହିଂସା ଛାଡି ଯୋଗ ଓ ପ୍ରାଣାୟାମ କରିବେ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ।

Leave a Reply

Your email address will not be published. Required fields are marked *