ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ।

0
Spread the love

ପୁରୀ(ରବୀନ୍ଦ୍ର କୁମାର):-ପୁରୀ ଜିଲ୍ଲା ସ୍କୁଲ୍ ପଡ଼ିଆରେ ୧୪ ବର୍ଷରୁ କମ୍ ବାଳକ ବାଳିକା ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି । ସବୁଠାରୁ ଖୁସିର ବିଷୟ ଏଠାରେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପରି ସ୍ବତନ୍ତ୍ର ଭାବରେ ମ୍ଯାଟ୍ ବିଛାଯାଇ ସମୁଦାୟ ତିନୋଟି ଖୋ ଖୋ କ୍ରୀଡ଼ା ପ୍ରାନ୍ତର ପ୍ରସ୍ତୁତ କରିଯିବା ସହ କ୍ରୀଡ଼ା କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଯଦ୍ଦାରା ଖେଳାଳି ମାନେ ବିନା ବାଧାରେ ଖେଳି ପାରୁଛନ୍ତି ।ତା ୨୩ ରିଖ ରେ ହୋଇଥିବା ନକ୍ ଆଉଟ୍ ମ୍ୟାଚ ଗୁଡ଼ିକରେ ବାଳିକା ବିଭାଗରୁ ପୁରୀ, କେଉଁଝର,କଟକ, ଝାରସୁଗୁଡ଼ା, ଭୁବନେଶ୍ୱର ଓ ବାଲେଶ୍ଵର ଆଦି ଜିଲ୍ଲା ଓ ବାଳକ ବିଭାଗରେ ଗଞ୍ଜାମ, ପୁରୀ, ସୁନ୍ଦରଗଡ଼, ଢେଙ୍କାନାଳ,କଟକ , ଭୁବନେଶ୍ୱର ଓ ବାଲେଶ୍ଵର ଆଦି ଜିଲ୍ଲା ଆଗକୁ ଖେଳିବା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ତା ୨୪ ରିଖ ରେ ବାକି ନକ୍ ଆଉଟ୍ ମ୍ୟାଚ ସହ ସେମି ଫାଇନାଲ ଓ ଫାଇନାଲ ଖେଳାଯାଇ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରାଯିବ । ଏହି ସମସ୍ତ ମ୍ୟାଚ୍ ଗୁଡିକ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦକ୍ଷ ପରିଚାଳକ ଗଣ ସହକାରୀ ନିର୍ଦେଶକ, ଶାରୀରିକ ଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ଶ୍ରୀ ଜ୍ୟୋତି ପ୍ରସାଦ ପରିଡ଼ା ଓ ପୁରୀ ଜିଲ୍ଲା ବିଦ୍ୟାଳୟ ସମୂହ ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳନା କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ଉପସ୍ଥିତ ରହି ଖେଳାଳି ମାନଙ୍କ ରହିବା, ଖାଇବା ପ୍ରଭୃତି କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିଥିଲେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମରଥ ଓ ଜିଲ୍ଲା ସ୍କୁଲ୍ ପ୍ରଧାନ ଶିକ୍ଷକ ତଥା ସାଙ୍ଗଠନିକ ସମ୍ପାଦକ ଜ୍ୟୋତିର୍ମୟୀ ମିଶ୍ର ପ୍ରତ୍ୟେକ ମ୍ୟାଚ ଆରଂଭ ହେବା ପୂର୍ବରୁ ଖେଳାଳି ମାନଙ୍କ ସହ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *