4ଟି ଶ୍ରମ କୋଡ ବାତିଲ ପାଇଁ କଳା ଦିବସ ପାଳିଲେ ଶ୍ରମିକ

0
Spread the love

ପୁରୀ(ରବୀନ୍ଦ୍ର କୁମାର):-ମୋଦୀ ସରକାର ଦେଶ ର ଖଣି ପାଣି, ନାଲକୋ ବାଲ୍ କୋ ବ୍ୟାଙ୍କ, ବିମା,ବନ୍ଦର, ରେଳବାଇ କୁ କର୍ପୋରେଟ ହାତ ରେ ବିକ୍ରୀ କଲାପରେ ସେମାନଙ୍କ ସୁବିଧା ପାଇଁ ଦେଶ ରେ ପ୍ରଚଳିତ 44ଟି ଶ୍ରମ ଆଇନି କୁ ସଂଶୋଧନ କରି 4ଟି ଶ୍ରମ ଆଇନୀ ରେ ପରିଣତ କରିବା ପାଇଁ କରୋନା ସମୟରେ ଆଇନି ଆଣିଲେ, ସଂସଦ ରୁ ବିରୋଧି ମାନଙ୍କୁ ବାଚସ୍ପତି ବେଆଇନ ଭାବରେ ବାହାର କରିଦେଇ 4ଟି ଶ୍ରମ କୋଡ଼ କୁ ପାରିତ କରିନେଲେ, ସେଇ ଆଜିର ଦିନକୁ ପୁରୀଜିଲ୍ଲା ପାଳ ଅଫିସ ସମ୍ମୁଖ ରେ କଳା ଦିବସ ଭାବେ ପାଳନ କରିଛି କେନ୍ଦ୍ରୀୟ ଶ୍ରମିକସଂଗଠନ .CITU,HMS,AITUC ର ଶ୍ରମିକ ମାନେ ମୋଚି ସାହି ଛକ ରୁ ଶୋଭାଯାତ୍ରାରେ ଯାଇ ବିକ୍ଷୋଭ କରିଥିଲେ. ଏରେCITU ଜିଲ୍ଲା ସଂପାଦକ ଶରତ କୁମାର ରାୟଗୁରୁ, ଟୁନା ନାୟକ AITUC ର ମନୋରଞ୍ଜନ ପରିଡ଼ା, ହରିହର ସେନାପତି,HMS ର ପ୍ରଶାନ୍ତ କୁମାର ଦାସ ବକ୍ତବ୍ୟ ଦେଇ କହିଲେ ଯେ ଶ୍ରମ ଅଇନି ସଂଶୋଧନ ହେଲେ ଶ୍ରମିକ୍ କର୍ମ ଚାରି ମାନେ ଆଇନ ଗତଭାବେ କ୍ଷତି ପହଞ୍ଚାଇବ ଓ ସେମାନଙ୍କ ସାମାଜିକ ନିରାପତ୍ତା ବିପଦ ଭିତରକୁ ଠେଲି ହୋଇଯିବ. ଏହି କଳା ଆଇନ କୁ ବାତିଲ କରିବା ପାଇଁ ଶ୍ରମିକ ମାନେ ଏକଜୁଟ ହେବାକୁ କହିଥିଲେ, HMS ର ନେତା ଜ୍ଞାନ ରଞ୍ଜନ ଦାସ,CITU ନେତା ଜଗନ୍ନାଥ୍ ଦେଓ,AITUC ନେତା ପ୍ରଦୀପ୍ତ କୁମାର୍ ମହାନ୍ତି ଙ୍କୁ ନେଇ ସଭା ପତି ମଣ୍ଡଳୀ ସଭା କାର୍ଯ ପରିଚାଳନା କରିଥିଲେ . ଶୋଭାଯାତ୍ରାକୁ ପୂର୍ଣ୍ଣ ମୁଦୁଲି, ଜ୍ୟୋତି ପ୍ରକାଶ ନାୟକ ମନୋରଞ୍ଜନ ମହାରଣା, ପ୍ରମୁଖ ସହଯୋଗ୍ କରିଥିଲେ
SARAT KUMAR RAYAGURU,CITU DIST. SECRETARY

Leave a Reply

Your email address will not be published. Required fields are marked *