ରକ୍ତଦେଇ ଅସହାୟ ମହିଳାଙ୍କ ପାଇଁ ସାହା ହେଲେ ଇଂ.ସମେରେଶ।

0
Spread the love

ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଛୁଆଘର ଅପରେସନ ପାଇଁ ରକ୍ତଯୋଗାଡ଼ କରିନପାରି ଯନ୍ତ୍ରଣା ଭୋଗୁଥିବା ଜୈନିକ ମହିଳା ପାଇଁ ସାହା ହୋଇ,ଦେବଦୂତସାଜିଲେ,ଇକୋୱାରିୟର ସ୍ଵେଛାସେବି ଇଂ. ସମେରେସ ପ୍ରଧାନ l ବ୍ରହ୍ମପୁର ମେଡିକାଲରେ ରକ୍ତର ଅଭାବ
ଯୋଗୁଁ ଅପରେସନ ହୋଇନପାରି ଛତ୍ରପୁରବ୍ଲକର ଟାଙ୍ଗଅଣାପଲ୍ଲୀ କୃଷ୍ଣଚନ୍ଦ୍ରନଗର ର -ଶୈଳବାଳା ସାହୁ ଯନ୍ତ୍ରଣା ଭୋଗୁଥିଲେ l ଏନେଇ ଖବର ପାଇ ଗଞ୍ଜାମ ବ୍ଳକ ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁର ଗ୍ରାମର ବିରେନ ପ୍ରଧାନଙ୍କ ପୁଅ ଟାଟା ରେ ସିନିୟର ସଫ୍ଟୱେର ଇଞ୍ଜିନିଅର ଥିବା ସମରେଶ ପ୍ରଧାନ ମେଡିକାଲରେ ପହଂଚି ନିଜେ ରକ୍ତଦେଇଥିଲେ l ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l ଏହା ପୂର୍ବରୁ ଇଂ. ପ୍ରଧାନ ବିଶାଖାପାଟଣା ଠାରୁ ଆରମ୍ବ କରି ବ୍ରହ୍ମପୁର, ଭୁବନେଶ୍ୱର ଏଇମ୍ସ ଓ କଟକ ମେଡିକାଲରେ ଅସହାୟ, ଦୁର୍ଘଟଣା, ଭଳି ବ୍ୟକ୍ତିବିଶେଷଙ୍କ ପାଇଁ ରକ୍ତ ଯୋଗାଡ଼କରି ସହାୟତାର ହାତ ବଢ଼ାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l

Leave a Reply

Your email address will not be published. Required fields are marked *