ବ୍ରହ୍ମପୁରର ବିକାଶ , ଅଭିବୃଦ୍ଧି ଓ ସହର ତଳି ଅଞ୍ଚଳ ମିଶ୍ରଣ ପ୍ରସଙ୍ଗରେ ନୂତନ ବିଜେପି ସରକାରର ଆଭିମୁଖ୍ୟ ବିଗତ ବିଜେଡି ସରକାର ରାସ୍ତାରେ ସହର ତଳି କମିଟି ବୈଠକରେ ଉଦବିଗ୍ନ।

0
Spread the love

ବ୍ରହ୍ମପୁର:- ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକାରିଣୀର ଏକ ବୈଠକ ବ୍ରଜନଗର ସ୍ଥିତ ଏକ ସଭା ଗୃହରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଗତ ରବିବାର ଦିନ ବ୍ରଜନଗର ଠାରେ କମିଟି ଦ୍ଵାରା ଆୟୋଜିତ ମେଗା ରକ୍ତ ଦାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ କରିବାରେ ସଦସ୍ୟମାନେ ସହଯୋଗ କରିଥିବାରୁ ସମସ୍ତ ସଦସ୍ୟଙ୍କୁ କମିଟି ତରଫରୁ ସାଧୁବାଦ ଜଣାଯାଇଥିଲା। ଅଧିକନ୍ତୁ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ସ୍ଥାନିତ ହୋଇଥିଲା । ସେଥିମଧ୍ୟରୁ କମିଟିର ସଦସ୍ୟତା ଅଭିଯାନ ଚାଲୁ ରହିବ ବୋଲି ନିଷ୍ପତ୍ତି ସହ ବ୍ରଜନଗର ତୃତୀୟ ଲାଇନ ରାସ୍ତା ନିର୍ମାଣ କାମର ଛଟି ଟେଣ୍ଡର ମଧ୍ୟରୁ ପ୍ରଥମ ତେଣ୍ଡରର କାର୍ଯକାରିତା ନେଇ ମହାନଗର ନିଗମ କତୃପକ୍ଷଙ୍କ ତରଫରୁ ପଦକ୍ଷେପ ନିଆଯାଉଥିବା ପରିପ୍ରେକ୍ଷୀରେ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଦେବାକୁ ଥିବା ଗଣ ଧାରଣା କାର୍ଯ୍ୟକ୍ରମକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି। ମହାନଗର ନିଗମ କାଳକ୍ଷେପଣ ନୀତି ଆପଣେଇଲେ ଆବଶ୍ୟକ ହେଲେ କମିଟି ଗଣ ଧାରଣା ଦେବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପାର୍ବଣ ଋତୁ ଆସୁଥିବାରୁ ବ୍ରହ୍ମପୁର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଯତ୍ନବାନ ହେବାକୁ ଦାବୀ କରାଯାଇଥିଲା । ବ୍ରହ୍ମପୁରର ବିକାଶ, ଅଭିବୃଦ୍ଧି ନେଇ ଓ ସହର ତଳି ଅଞ୍ଚଳ ମିଶ୍ରଣ ପ୍ରସଙ୍ଗରେ ବିଗତ ବିଜେଡି ସରକାର ରାସ୍ତାରେ ବିଜେପି ସରକାରର ଆଭିମୁଖ୍ୟ ଯାଉଥିବା ପରିଲକ୍ଷିତ ହେଉଥିବା ନେଇ ସଭ୍ୟମାନେ ମତ ରଖି ଉଦବେଗ ପ୍ରକାଶ କରିଥିଲେ । ନୂତନ ସରକାରର ଶହେ ଦିନ ପୁରଣ ହେଇ ସାରିଥିଲେ ସୁଦ୍ଧା ବ୍ରହ୍ମପୁରକୁ ଟେକ୍ ସିଟି ଓ ମେନ୍ୟୁଫେକ୍ଚରିଂ ହବ୍ ରେ ପରିଣତ କରିବା ନେଇ କୌଣସି ଭିଜନ ନାହିଁ। ତତ୍ ସହିତ ବୃହତ୍ ଭିତ୍ତିଭୂମି ଜନିତ ପ୍ରକଳ୍ପ ଓ ସହର ତଳି ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରି ଏହାକୁ ପରିବର୍ଦ୍ଧିତ କରି ଏହାର କଳେବର ବଢ଼େଇ ଅଭିବୃଦ୍ଧି କରିବା ନେଇ ପୂର୍ବତନ ବିଜେଡି ସରକାରଙ୍କ ଯେଉଁ ନକାରାତ୍ମକ ମନୋଭାବ ଥିଲା ନୂତନ ବିଜେପି ସରକାରଙ୍କ ଆଭିମୁଖ୍ୟ ମଧ୍ୟ ସେଥିରୁ କୌଣସି ଭିନ୍ନ ନୁହେଁ ବୋଲି କମିଟି କହିଛି ।ଯାହା କମିଟିକୁ ଉଦବିଗ୍ନ କରୁଛି। ଜିଲ୍ଲାର ନବ ନିର୍ବାଚିତ ସାଂସଦ, ମନ୍ତ୍ରୀ ଓ ବିଧାୟକ ସମସ୍ତେ ଏନେଇ ନିରବୀ ଯାଇଛନ୍ତି । ସେହିଭଳି ଜଣେ ଆର୍ମି ମେଜର ଓ ତାଙ୍କ ବାନ୍ଧବି ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲାବେଳେ ରାତ୍ରରେ ଥାନାରେ କର୍ତ୍ତବ୍ୟରେ ଥିବା ପୋଲିସ କର୍ମଚାରୀଙ୍କ ନିର୍ଯାତନା, ଅତ୍ୟାଚାର ଓ ଅମାନୁଷିକ ଆଚରଣ ପ୍ରଦର୍ଶନ ପ୍ରସଙ୍ଗ ନେଇ ରାଜ୍ୟ ଓ ଦେଶରେ ଯେଉଁ ଆଲୋଡନ ଦୃଷ୍ଟି ହେଇଚି ତାହା ଓଡ଼ିଶାକୁ ଲଜ୍ଜିତ କରିବା ସହ ସଭ୍ୟ ସମାଜ ଓ ବୁଦ୍ଧିଜୀବୀଙ୍କୁ ମର୍ମାହତ କରିଛି ବୋଲି କମିଟି କହିଛି । ମୋହନ ସରକାର ଏହି ଘଟଣାକୁ ଯେଉଁ ଭଳି ପରିଚାଳନା କଲେ ତାହା ସରକାରଙ୍କ ପ୍ରଶାସନିକ ଅନଭିଜ୍ଞତା, ଅପାରଗତା ଓ ଅପରିପକ୍ଵତାକୁ ପଦାରେ ପକେଇଲା । ଫଳସ୍ୱରୁପ ସୈନିକ ସଂଘ ଓ ପୋଲିସ ସଂଘ ମୁହାଁ ମୁହିଁ ହେଲେ ଓ ରାଜନୀତି ମଧ୍ୟ ସରଗରମ ହେଲା। ଉଭୟ ଅଭିଯୁକ୍ତ କାରି ଓ ଅଭିଯୁକ୍ତ ପରସ୍ପର ଦୋଷାରୋପରେ ବ୍ୟସ୍ତ ଥିବାରୁ ଘଟଣା ଗୋଳମାଳିଆ ରହିଛି। ଏ ପରିପ୍ରେକ୍ଷୀରେ ସମୁଦାୟ ଘଟଣାର ନିରପେକ୍ଷ ତଦନ୍ତ ମାଧ୍ୟମରେ ସତ୍ୟାସତ୍ୟ ଲୋକ ଲୋଚନକୁ ଆଣିବା ଅନିବାର୍ଯ୍ୟ ହୋଇ ପଡ଼ିଛି । ସୁତରାଂ ଯିଏ ଦୋଷୀ ତାକୁ ଆଇନଗତ ଭାବେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେଇ ଘଟଣାରେ ପୂର୍ଣ୍ଣ ଛେଦ ପକାଯାଉ। ଆଜିର ବୈଠକରେ ସଭାପତିଙ୍କ ବ୍ୟତୀତ ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସହ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ , କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର ଓ ଉପଦେଷ୍ଟା ଅଶ୍ୱିନ ସାହୁ, ଲକ୍ଷ୍ମୀ କାନ୍ତ ଜେନା,ପ୍ରବୀଣ କୁମାର ପଟ୍ଟନାୟକ, ଏମ୍ ନାର୍ସିଙ୍ଗୁଲୁ, ପ୍ରଶାନ୍ତ କୁମାର ପଣ୍ଡା , ଜିତେନ୍ଦ୍ର କୁମାର ପାଢ଼ୀ, ଆଦିତ୍ୟ ନାରାୟଣ ରଥ, କୁମାର ସ୍ବାମୀ ପାତ୍ର , ଟି ବିଭୂତି ଭୂଷଣ ପାତ୍ର , ରବୀନ୍ଦ୍ର ସାହୁ ଓ ବୁଢ଼ା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *