ଲାଠୀ ବାଲିବାଡ ସାହିରେ ଠାକୁରାଣୀ ଯାତ୍ରା ପୂର୍ବ ପ୍ରସ୍ତୁତି ବୈଠକ।
ଲାଠୀ:-ଲାଠୀଗ୍ରାମର ଉତ୍ତର ଦିଗରେ ଗଢିଉଠିଥିବା ବାଲିବାଡ ସାହିରେ ପ୍ରାୟ ୭୦ ପରିବାର ବସବାସ କରୁଛନ୍ତି। ଗ୍ରାମର ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି।ଚାନ୍ଦା ଦେଉଛନ୍ତି। ଦୁଃଖର କଥା ଏହି ସାହିକୁ ଗ୍ରାମ ଯାତ୍ରା ସମୟରେ ଗ୍ରାମ ଦେବତୀ ଓ ଠାକୁରାଣୀ ଭୋଗ ଖାଇବାକୁ ଆସୁନାହାନ୍ତି। ସାହି ବାସିନ୍ଦାମାନେ ୪ ବର୍ଷ ହେବ ଉଭୟ ଟ୍ରଷ୍ଟିଙ୍କୁ ଅନୁରୋଧ କରି ବିଫଳ ହୋଇଛନ୍ତି।
ଶେଷରେ ବାଲିବାଡ ସାହିରେ ତିନି ଦିନିଆ ସ୍ବତନ୍ତ୍ର ଠାକୁରାଣୀ ଯାତ୍ରା କରାଇବା ପାଇଁ ସାହି ବାସିନ୍ଦାମାନେ ନିଶ୍ଚୟ କରି ଏକ ପ୍ରସ୍ତୁତି ବୈଠକ ରବିବାର ସନ୍ଧ୍ୟାରେ ଆୟୋଜନ କରିଥିଲେ।ଏହି ବୈଠକରେ ୧୦ ଜଣ ସଦସ୍ୟଙ୍କୁ ନେଇ ଅର୍ଥ ସମିତି ଓ ୧୫ ଜଣଙ୍କୁ ନେଇ ପରିଚାଳନା ସମିତି ଗଠନ କରାଗଲା। ସମିତିର ସଦସ୍ୟ ମାନେ ସାହି ବାସିନ୍ଦାଙ୍କ ସହଯୋଗରେ ଯାତ୍ରା ପରିଚାଳନା କରିବେ ବୋଲି ସ୍ଥିର ହେଲା।