ରମ୍ଭା ମେଡ଼ିକାଲରେ ସେବା ପକ୍ଷ କାର୍ଯ୍ୟକ୍ରମରେ ରୋଗୀଙ୍କୁ ସ୍ବାଦିଷ୍ଟ ଫଳ ବଣ୍ଟନ ଓ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ।
ରମ୍ଭା :-ଶନିବାର ଦିବା ୧୧ଘଣ୍ଟା ସମୟରେ ବିଶ୍ବର ସର୍ବୋଚ୍ଚ ଲୋକପ୍ରିୟ ନେତା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୭ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ୧୫ଦିନ ଧରି ସେବା ପକ୍ଷ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଛତ୍ରପୁର ନିର୍ବାଚନୀ ମଣ୍ଡଳୀର ରମ୍ଭା ମେଡିକାଲ ଠାରେ ରୋଗୀଙ୍କୁ ଫଳ ବଣ୍ଟନ ଓ ରମ୍ଭା N.A.Cରେ ସ୍ଵଚ୍ଛ ଭାରତ ଯୋଜନାରେ ଚିଲିକା କୁଳରେ ସଫାଇ କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା ସଭାପତି ଶ୍ରୀ କିର୍ତ୍ତନ ଦାସ ଙ୍କ ନେତୃତ୍ୱରେ ସେବାକାର୍ଯ୍ୟ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଓ ରମ୍ଭା N.A.Cର ଅଧ୍ୟକ୍ଷା ମାନସୀ ସ୍ୱାଇଁ ଓ ଉପାଧ୍ୟକ୍ଷ କାଳିଆ ତରାଇ, ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଉପସଭାପତି ଶ୍ରୀମତୀ ରଶ୍ମିରାଣୀ ମହାପାତ୍ର ଙ୍କ ଉପସ୍ଥିତିରେ ଗରିବ,ସଷୋତ ରୋଗୀମାନଙ୍କୁ ସ୍ବାଦିଷ୍ଟ ଫଳ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ପୂର୍ବତନ ଚେୟାରମେନ ରଘୁନାଥ ସାହୁ, ଗଞ୍ଜାମ ବ୍ଲକ ବିଧାୟକ ପ୍ରତିନିଧି ମାନସ ନାହାକ, ରମ୍ଭା ମଣ୍ଡଳ ସଭାପତି ସିମାଞ୍ଚଳ ବାଡତ୍ୟା, ପୂର୍ବତନ ସରପଂଚ ଜନାର୍ଦ୍ଦନ ଦୋରା, ପୂର୍ବତନ ସମିତି ସଭ୍ୟ ନିରଂଜନ ନାହାକ,B.J.Pନେତା ଜବାହରଲାଲ ନାହାକ ଓ ସୁରେନ୍ଦ୍ର ନାଥ ସାହୁ,B.J.Pନେତା କାହ୍ନା ସ୍ବାଇଁ ଓ D. ଦୁର୍ଯ୍ୟୋଧନ ରେଡି,ବନଜ ମହାପାତ୍ର, ମତ୍ସ୍ୟଜୀବୀ ନେତା ଭିମସେନ ବେହେରା,B.J.P ନେତା ବୈରାଗୀ ଚରଣ ତରାଇ, ପ୍ରଶ୍ନ କୁମାର ନାହାକ, ବିଳାସ ନାହାକ, କିର୍ତ୍ତନ ପରିଡ଼ା, ନାଗେସୁ,ମହେଶ୍ୱର ଦାସ, ଗଜେନ୍ଦ୍ର ଦାସ, କେଦାରନାଥ ବାରିକ, ରମାକାନ୍ତ ନାହାକ ଯୋଗ ଦେଇଥିବା ସ୍ଥଳେ ଭାରତୀୟ ଜନତା ପାର୍ଟିର ବହୁ କର୍ମୀ ସେବାକାର୍ଯ୍ୟରେ ଯୋଗ ଦେଇଥିଲେ ।