ଅନ୍ତଃ ରାଷ୍ଟ୍ରୀୟ ତଟୀୟ ସ୍ୱଚ୍ଛତା ଦିବସ ପାଳିତ
ପୁରୀ : ଅନ୍ତଃ ରାଷ୍ଟ୍ରୀୟ ତଟୀୟ ସ୍ୱଚ୍ଛତା ଦିବସ ଶନିବାର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପାଳନ କରାଯାଇଛି । ଜନ ସାଧାରଣଙ୍କୁ ସ୍ଵଛତା ଉପରେ ସଚେତନତା ବାର୍ତା ଦେବା ସହ ଛାତ୍ର ଛାତ୍ରୀ ମାନେ ସଫେଇ କରିଥିଲେ । ତେବେ ସୂଚନା ଥାଉକି, ଶନିବାର ଦିନ ପୁରୀ ଜିଲ୍ଲାର ଯାଉଁଳିପୋଖରୀ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ବେଲେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ତଟରେ ସ୍ଵଛତା ଓ ସଫେଇ କରିଥିଲେ । ଏହି କାର୍ଯ୍ୟକମରେ ବିଦ୍ୟାଳୟ କୋଷାଧ୍ୟକ୍ଷ ବିମଳ କାନ୍ତ ସ୍ୱାଇଁ, ପ୍ରଧାନାଚାର୍ଯ୍ୟ ଶ୍ରୀଧର କୁମାର ପ୍ରହରାଜ, ସାମ୍ବାଦିକ ତଥା ସମାଜସେବୀ ବିଜୟାନନ୍ଦ ମହାନ୍ତିଙ୍କ ସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।