ଛାତ୍ର ର ଝୁଲନ୍ତା ଶବ ଉଦ୍ଧାର।

0
Spread the love


ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଘୋଡେଇଶୁଣି ନିକଟ ଏକ ଗଛରୁ ବ୍ରହ୍ମପୁର ରେ ଅଧ୍ୟୟନରତ ଜଣେ ଛାତ୍ର ର ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛନ୍ତି। ମୃତ ଛାତ୍ର ର ଘର ଖଣ୍ଡରା ଗ୍ରାମରେ ଓ ସେ ଉକ୍ତ ଗ୍ରାମର ଭାଗିରଥି ସ୍ବାଇଁଙ୍କ ପୁତ୍ର ରାଜାରାମ ସ୍ବାଇଁ ବୋଲି ଜଣାପଡିଛି। ରାଜାରାମ ର ଆତ୍ମହତ୍ୟା ର କାରଣ ଜଣାପଡି ନଥିଲେ ମଧ୍ୟ ଏହା ପ୍ରେମ ଜନିତ ବୋଲି ପାରିପାର୍ଶ୍ବିକ ପରିସ୍ଥିତି ରୁ ଜଣାପଡୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *