ସଡ଼କ ଦୁର୍ଘଟଣାରେ ଦୁଇ ମୃତ ଜଣେ ଆହତ।

0
Spread the love


ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମ ଛକ ରାସ୍ତା କଡ଼ରେ ଛିଡ଼ା ସୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ପଛପଟୁ ପରିବା ବୋଝେଇ ମ୍ୟାକ୍ସ୍ ପିକ୍ ଅପ୍ ଗାଡ଼ି ଆଣି ପିଟି ଦେବା ଫଳରେ ଗାଡ଼ିରେ ବସିଥିବା ସୁମନ୍ ଗନ୍ତାୟତ ଓ ଅଜିତ ବାଡତ୍ୟା ଙ୍କର ମୃତ୍ୟୁ ଘଟିଥିବା ବେଳେ ସୁର୍ଯ୍ୟ ନାରାୟଣ ଗୌଡ଼ ନାମକ ଯୁବକ ଗୁରୁତର ଆହତ ହୋଇ ବଡ଼ ଡ଼ାକ୍ତରଖାନା ରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ମୃତ ଓ ଆହତ ମାନେ ଧରାକୋଟ ଥାନ ଅନ୍ତର୍ଗତ ସିନ୍ଦୁରିଆ ପଲ୍ଲୀ ଗ୍ରାମରୁ ପନିପରିବା ଧରି ବ୍ରହ୍ମପୁର ଆସୁଥିଲେ ଓ ଏହି ଭଳି ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି। ଅନ୍ୟ ପକ୍ଷରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଟ୍ରକ୍ ଡ୍ରାଇଭର ରାଜେନ୍ଦ୍ର ଭୁୟାଁ କୁ ପୋଲିସ ତାଙ୍କ ଘର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖାଜି ପଲ୍ଲୀ ଗ୍ରାମରୁ ଉଠାଇ ଆଣି ଏକ ମାମଲା ନଂ ୭୭୮/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *