ପୁରୀ ଆସି ମହାପ୍ରଭୁ ଙ୍କୁ ଦର୍ଶନ କଲେ ବିଜେପି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି।
ପୁରୀ:-ପୁରୀ ଗସ୍ତରେ ଆସି ବିଜେପି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ମହାପ୍ରଭୁଙ୍କ ଜଗନ୍ନାଥ ଙ୍କୁ ଦର୍ଶନ କରିଛନ୍ତି ।
ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ସରକାର ୧୦୦ ଦିନ ମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛନ୍ତି।
ଶ୍ରୀ ମହାନ୍ତି ମୁଖ୍ୟ ମନ୍ତ୍ରୀ ଙ୍କ ସହ ଆସି ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ।